ସୁନା ଦାମ୍ ୪୫ ହଜାର ଟଙ୍କା ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ଦିଲ୍ଲୀର ସରାଫା ବଜାରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କା ହୋଇଛି। ଦୀର୍ଘଦିନ ପରେ ପ୍ରଥମ ଥର ଲାଗି ସୁନା ଦାମ୍ ୪୫ ହଜାର ତଳକୁ ଖସିଛି। ସେହିପରି ରୁପାର କିଲୋ ପିଛା ଦାମ୍ ୧୮୪୭ ଟଙ୍କା ହ୍ରାସ ପାଇ ୬୭,୦୭୩ ଟଙ୍କା ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବଢ଼ିବା ଏବଂ ବିଶ୍ବ ବଜାର‌ରେ ସୁନା ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଥିବାରୁ ଭାରତରେ ଏହି ମୂଲ୍ୟବାନ ଧାତୁର ଦାମ୍ ହ୍ରାସ ପାଉଛି। ଗତକାଲି ସୁନା ଦାମ୍ ୪୫,୪୩୯ ଟଙ୍କା ଓ ରୁପା ଦାମ୍ ୬୮,୯୨୦ ଟଙ୍କା ଥିଲା। ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ବରିଷ୍ଠ ଆନାଲିଷ୍ଟ ତପନ ପଟେଲ୍‌ କହିଛନ୍ତି ଯେ ବିଶ୍ବ ବଜାରରେ ସ୍ଥିତି ବଦଳୁଥିବାରୁ ଭାରତରେ ସୁନା ୬୭୯ ଟଙ୍କା ଶସ୍ତା ହୋଇଛି।

ସମ୍ବନ୍ଧିତ ଖବର