ଇନଫୋସିସ୍ ୧୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବ

ବେଙ୍ଗାଲୁରୁ: ଦେଶର ଦ୍ବିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ କମ୍ପାନି ଇ‌ନଫୋସିସ ୨୦୧୯-୨୦ ଆର୍ଥିକ ବର୍ଷରେ କଲେଜ କ୍ୟାମ୍ପସ ମାଧ୍ୟମରେ ୧୮ ହଜାର ନିଯୁକ୍ତି ପ୍ରଦାନ କରିବ। ଏବେ ଇନଫୋସିସ୍‌ରେ ୨.୨୯ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏଥିସହିତ ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୮ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ମୁଖ୍ୟ ପରିଚାଳନା ଅଧିକାରୀ ୟୁ ବି ପ୍ରବୀଣ ରାଓ କହିଛନ୍ତି। ଆଟ୍ରିସନ ହାର ୨୩.୪ ପ୍ରତିଶତ ରହିଥିବାରୁ ଜୁନ ତ୍ରୟମାସରେ କମ୍ପାନି ନିଟ୍ ୯୦୬ ଜଣଙ୍କୁ ନିଯୁକ୍ତି ଦେଇଛି।

ସମ୍ବନ୍ଧିତ ଖବର