ସିଦ୍ଧାର୍ଥଙ୍କ ସମର୍ଥନରେ ବାହାରିଲେ ମାଲ୍ୟା

ନୂଆଦିଲ୍ଲୀ : କାଫେ କଫି ଡେ’ର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ମିଳିବା ପରେ ଏବେ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଲଣ୍ଡନରେ ମାମଲା ଲଢ଼ୁଥିବା କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ମାଲିକ ବିଜୟ ମାଲ୍ୟା ପ୍ରତିକ୍ରିୟା ରଖିଛନ୍ତି। ଟ୍ବିଟ୍ କରି ମାଲ୍ୟା କହିଛନ୍ତି, ସିଦ୍ଧାର୍ଥଙ୍କ ସହିତ ମୋର ପରୋକ୍ଷ ସମ୍ପର୍କ ଥିଲା। ସେ ଜଣେ ଉତ୍ତମ ବ୍ୟକ୍ତି ଏବଂ ବୁଦ୍ଧିମାନ ଉଦ୍ୟୋଗୀ। ତେ‌ବେ ତାଙ୍କ ଚିଠିରେ ଲେଖିଥିବା ବିଷୟ ପ୍ରତି ମାଲ୍ୟା ଉଦବେଗ ପ୍ରକାଶ କରିଛନ୍ତି। ସରକାରୀ ଏଜେନ୍ସି ଏବଂ ବ୍ୟାଙ୍କ କୌଣସି ବି ବ୍ୟକ୍ତିକୁ ନିରାଶା ମଧ୍ୟକୁ ଟାଣି ନେଇପାରନ୍ତି ବୋଲି ମାଲ୍ୟା କହିଛନ୍ତି। ମୁଁ ସମ୍ପୂର୍ଣ୍ଣ ଋଣ ଶୁଝିବାକୁ ରାଜିଥିଲେ ମଧ୍ୟ ମୋ ସହିତ କ’ଣ ଚାଲିଛି ତାହା ଆପଣମାନେ ଦେଖୁଛନ୍ତି। ଏହା ନିନ୍ଦନୀୟ ଏବଂ ନିର୍ମମ ବୋଲି ସେ କହିଛନ୍ତି। ପାଶ୍ଚାତ୍ୟ ଦେଶରେ ସରକାର ଏବଂ ବ୍ୟାଙ୍କ ଋଣୀ ବ୍ୟକ୍ତିକୁ ଋଣ ପରିଶୋଧ କରିବାରେ ସହାୟତା କରୁଥିବାବେଳେ ଭାରତରେ ଏହାର ବିପରୀତ ହେଉଛି ବୋଲି ମାଲ୍ୟା କହିଛନ୍ତି।

ସମ୍ବନ୍ଧିତ ଖବର