ଭାରତର ଅର୍ଥନୀତିକୁ ନେଇ ଆଇଏମଏଫର ଚିନ୍ତା, ଅଭିବୃଦ୍ଧି ଆଶାଠାରୁ ବି କମ ରହିଛି

ନୂଆଦିଲ୍ଲୀ : ଭାରତର ଅର୍ଥନୈତିକ ଅବସ୍ଥାକୁ ନେଇ ଆଇଏମଏଫ ମଧ୍ୟ ଚିନ୍ତା ପ୍ରକଟ କରିଛି । ଆଇଏମଏଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଯେତେ ଦୁର୍ବଳ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା, ପ୍ରକୃତି ସ୍ଥିତି ଆହୁରି ଦୁର୍ବଳ ରହିଛି । କର୍ପୋରେଟ ଓ ସରକାରୀ ନୀତିରେ ଅନିଶ୍ଚିତତା ଓ କେତେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସ ସଂସ୍ଥାରେ ଦୁର୍ବଳତା ଯୋଗୁଁ ଏପରି ସ୍ଥିତି ଉପୁଜିଛି ବୋଲି ଆଇଏମଏଫ କହିଛି । ଭାରତର ଆର୍ଥିକ ଅଭିବୃଦ୍ଧିର ପୂର୍ବାନୁମାନ ପୂର୍ବ ତୁଳନାରେ କମିବା ଆଶଙ୍କା ରହିଛି ।

ଭାରତୀୟ ଅର୍ଥନୀତି ଉପରେ ନଜର ଅବ୍ୟାହତ ରଖିବ ବୋଲି ଆଇଏମଏଫ ପକ୍ଷରୁ କୁହାଯାଇଛି । ଗତ ଅଗଷ୍ଟ ୩୦ରେ ପ୍ରକାଶିତ ସରକାରୀ ରିପୋର୍ଟ ଅନୁସାରେ ଏପ୍ରିଲ-ଜୁନ ତିନିମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇବ । ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ କହିଥିଲେ ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି ।

ସମ୍ବନ୍ଧିତ ଖବର