ଡିସ୍ ଟିଭିର ୨୪% ଅଂଶଧନ ହାସଲ କଲା ‌ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ଗ୍ରାହକ ଦୃଷ୍ଟିରୁ ସର୍ବବୃହତ୍ ଡିଟିଏଚ୍‌ (ଡାଇରେକ୍ଟ ଟୁ ହୋମ୍) କମ୍ପାନି ଡିସ୍‌ ଟିଭିର ୨୪.୧୯ ପ୍ରତିଶତ ଅଂଶଧନକୁ ଘରୋଇ ‌ୟେସ୍ ବ୍ୟାଙ୍କ ଅଧିଗ୍ରହଣ କରିଛି। ବ୍ୟାଙ୍କରେ କମ୍ପାନି ବନ୍ଧକ ରଖିଥିବା ୪୪.୫୩ କୋଟି ସେୟାରକୁ ହାସଲ କରି କମ୍ପାନି ଏହି ଅଧିଗ୍ରହଣ କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କମ୍ପାନିରେ ଡିସ୍‌ ଟିଭି ପ୍ରତିଷ୍ଠାତାମାନଙ୍କର ୫୪.୫୬ ପ୍ରତିଶତ ଅଂଶଧନ ଥିଲା। ଏଥିରୁ ୯୩ ପ୍ରତିଶତ ଅଂଶଧନକୁ ସେମାନେ ୟେସ ବ୍ୟାଙ୍କରେ ବନ୍ଧକ ରଖିଥିଲେ। ଡିସ୍‌ ଟିଭିରେ ୟେସ୍ ବ୍ୟାଙ୍କ ୨୪.୧୯ ପ୍ରତିଶତ ଅଂଶଧନ ହାସଲ କରିବା ପରେ ପ୍ରତିଷ୍ଠାତାଙ୍କ ନିକଟରେ ଆଉ ମାତ୍ର ୩୦.୩୭ ପ୍ରତିଶତ ଅଂଶଧନ ରହିଛି।

ସମ୍ବନ୍ଧିତ ଖବର