ସୁନା ଚେନ୍‌ ଲୁଟ୍‌ ବେଳେ ଚୋରକୁ କାବୁକଲେ ଲୋକେ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ପାଣ୍ଡବ ନଗରର ଜଣେ ମହିଳାଙ୍କ ସୁନା ଚେନ୍‌ ଲୁଟ୍‌ କରିବା ବେଳେ ସ୍ଥାନୀୟ ଲୋକେ ଚୋରକୁ ଧରି ପୁଲିସ ଜମି ଦେଇଛନ୍ତି।  ପୁଲିସ ଯୁବକଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ବଡ଼ଗଡ଼ ଦୋଳମଣ୍ଡପ ଭୋଇ ସାହିର ସୁଶାନ୍ତ ଭଞ୍ଜ(୪୦)। ପୁଲିସ ସୂଚନା ଅନୁଯାୟୀ ଆଜି ସକାଳେ ପାଣ୍ଡବ ନଗରର ସନ୍ଧ୍ୟା ପଟ୍ଟନାୟକ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଚାରିଛକଠାରେ ସୁଶାନ୍ତ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ପଳାଇବାକୁ ଉଦ୍ୟମ କରିଥିଲା। ସନ୍ଧ୍ୟା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସୁଶାନ୍ତକୁ ମାଡ଼ି ବସିଥିଲେ। ପରେ ପୁଲିସ ଜିମା ଦେଇଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ଆଜି ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର