ବାଣୀବିହାରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ୨ ଆହତ

ଭୁବନେଶ୍ୱର : ଆଜି ରାତିରେ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ରଣକ୍ଷେତ୍ର ପାଲଟିଛି। ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ବିଭାଗର ବାର୍ଷିକ ଉତ୍ସବ ପାଳନ ହେଉଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଡିଜେ ତାଳେ ତାଳେ ନୃତ୍ୟ ଚାଲିଥିବା ବେଳେ ସାମାନ୍ୟ ବଚସା ଉଗ୍ର ରୂପ ନେଇଛି। ୪ ଜଣ ଅଣଛାତ୍ର କେତେକ ଛାତ୍ରଙ୍କୁ ପିଟିଥିବାରୁ ଦୁଇ ଛାତ୍ର ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀର କେତେକଙ୍କର ସାର୍ଟ ଛିଡ଼ି ଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିବା ବେଳେ ଦୁଇଜଣ ଅଣଛାତ୍ରଙ୍କୁ ପୁଲିସ୍‌ ଅଟକ ରଖିଛି। ପୁଲିସ୍‌ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଏଣୁ ସେଠାରେ ପୁଲିସ୍‌ ମୁତୟନ ହୋଇଛି। ପୂର୍ବରୁ ଏହି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଗୋଷ୍ଠୀର ଯୁବକଙ୍କର ଗାଡ଼ି ଭାଙ୍ଗି ଦିଆଯାଇଥିବାରୁ ଏହି ଗଣ୍ଡଗୋଳ ହୋଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।

ସମ୍ବନ୍ଧିତ ଖବର