ଗୋଟିଏ ପରେ ଗୋଟିଏ କରି ତିନିଟି ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌: ଦୁଇ ମୃତ, ତିନିଜଣ ଗୁରୁତର

ଗୁରୁଗ୍ରାମ: ଗୁରୁଗ୍ରାମସ୍ଥିତ ସୋହନା ଟାଉନ୍‌ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍‌ ତିନିଟି ବାଇକ୍‌ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହେବା ସହିତ ତିନିଜଣ ଗୁରୁତର ଆହତ ହୋଇଥିଲେ।

ରାଜେଶଙ୍କ କହିବାନୁସାରେ, ସେ ଓ ତାଙ୍କ ପିତା ଟେରୁରୁ ସେହାନା ଅଭିମୁଖେ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ ବାଇକ୍‌କୁ ଡେଭିଲାମୋର ଠାରେ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ସେ ଓ ତାଙ୍କ ବାପା ଛିଟିକି ପଡ଼ିଥିଲେ। ତାଙ୍କୁ ଏହି ଦୁର୍ଘଟଣାରେ ସାମାନ୍ୟ ଆଘାତ ଲାଗିଥିଲା ବେଳେ ତାଙ୍କ ବାପା ଗୁରୁତର ଆହତ ହୋଇଥିଳେ।

ଅନ୍ୟପକ୍ଷରେ, ଏହି ଟ୍ରକ୍‌ଟି ଅନ୍ୟ ଏକ ବାଇକ୍‌ରେ ଥିବା ପଲବଲ ନିବାସୀର ୩୨ବର୍ଷର ପ୍ରେମ ଲାଲ ପିପା ଗ୍ରାମର ୪୫ବର୍ଷର କାର୍‌ତାର୍‌ଙ୍କୁ ବି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଏହି ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ।  ସେହିପରି ଟ୍ରକ୍‌ଟି ତୃତୀୟ ବାଇକ୍‌ରେ ଥିବା ୩୨ବର୍ଷର ସୁଖବିର ଓ ୨୮ବର୍ଷର ସୁରେଶଙ୍କୁ ବି ଧକ୍କା ଦେଇଥିଲା। ସୁଖବିର ଓ ସୁରେଶଙ୍କୁ ବି ଏହି ଦୁର୍ଘଟଣାରେ ଗଭୀର ଆଘାତ ଲାଗିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସୋହନାର ଜେନେରାଲ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲେ। କିଛିସମୟରେ ପରେ ସମସ୍ତ ଗୁୁରୁତରଙ୍କୁ ସିଭିଲ ଲାଇନସ୍‌ର ଜେନେରାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଦୁର୍ଘଟଣା ପରେ ଟେରୁ-ସୋହନା ରାସ୍ତରେ ଯାତାୟାତାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଅନେକ ସମୟ ଧରି ରାସ୍ତା ଜମା ହୋଇଯାଇଥିଲା।  ପୁଲିସ ପରିସ୍ଥିତିକୁ ଆୟତ୍ତ କରି ନେଇଥିଲା। ଏହି ମାମଲାର ଯାଞ୍ଚ କରୁଥିବା ଏଏସ୍‌ଆଇ ଅଜିତ ସିଂହଙ୍କ କହିବାନୁସାରେ, ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହକୁ ଜବତ କରିବା ସହିତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲା।

 

ସୂଚନାଯୋଗ୍ୟ, ଟ୍ରକ୍‌ ଡାଇଭରର ଆଖି ଲାଗିଯିବା ହେତୁ ସେ ତିନିଟି ବାଇକ୍‌ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା ବୋଲି ସ୍ଥାନୀୟଲୋକେ କହୁଛନ୍ତି। ସୋହନା ପୁଲିସ ଷ୍ଟେସନ୍‌ରେ ଟ୍ରକ୍‌ ଚାଳକଙ୍କ ବିରୋଧରେ ଧାରା ୨୭୯,୩୩୮,୩୦୪ଏ, ୪୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

 

ଏକ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣାର ପ୍ରକୃତ କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର