କେନ୍ଦ୍ରାପଡ଼ା: ଗୋରୁ ବୋଝଇ ଟ୍ରକ- ବୋଲେରୋ ଧକ୍କା, ୫ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କଟକ- ଚାନ୍ଦବାଲି ରାସ୍ତାର ସଲାର ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍‌ ସହିତ ଏକ ପୋଲେରୋର ଧକ୍କା ହେବା ଫଳରେ ବୋଲେରୋର ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୫୦ରୁ ଊର୍ଧ୍ୱ ଗୋରୁ ବୋଝେଇ କରି ଟ୍ରକ୍‌ଟି ଦୃତଗତିରେ ଯାଉଥିବା ବେଳେ ଓଡି ୦୫ ଇ ୩୩୬୭ ନମ୍ବର ବିଶିଷ୍ଟ ବୋଲୋରୋକୁ ସାମନା ପଟୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର