ଭଦ୍ରକ ଏସପି ଦେଖେଇଲେ ମହାନତା: ବିପଦରେ ପଡ଼ିଥିବା ଜଣେ ମହିଳାଙ୍କୁ ଘରେ ପହଞ୍ଚାଇବା ଦାୟିତ୍ୱ ନେଲେ

ସ୍ୱାମୀ ମୃତଦେହ ଦେଖିପାରିଲେ ନାହିଁ ମହିଳା

ବାଙ୍ଗିରିପୋଷି/ଭଦ୍ରକ : ସ୍ୱାମୀ ମରିଯିବାର ଖବର ପାଇ କଟକ ବାରଙ୍ଗରେ କୁଲି କାମ କରୁ ଥିବା ଜଣେ ମହିଳାଙ୍କୁ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିରେ ପହଞ୍ଚାଇବାର ଦାୟିତ୍ୱ ନେଇ ଭଦ୍ରକ ଏସପି  ରାଜେଶ ପଣ୍ଡିତ ଖୁବ୍ ପ୍ରଶଂସିତ ହୋଇଛନ୍ତି।  ଖବର ଅନୁସାରେ ବାଙ୍ଗିରିପୋଷି ଥାନା ବୁଢୀଖମାରୀ ଫଚାୟତ ଉଦାଳି ଗ୍ରାମ ଖେଲ ରାମ ହାଃସଦା ଅସୁସ୍ଥ ହୋଇ ଚିକିତ୍ସା ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଗତ ୧୩ ତାରିଖ ବୁଧବାର ମୃତ୍ୟୁ ବରଣ କରିଥିଲେ।

କୁଲି କାମ କରୁଥିବା ତାଙ୍କ ପତ୍ନୀ ସାର ହାଃସଦା ସ୍ଥାନୀୟ ପ୍ରଶାସନକୁ କାକୁତି ମିନତୀ ହେଲେ ମଧ୍ୟ କେହି ଶୁଣି ନଥିଲେ। ସ୍ଥାନୀୟ ଜଣେ ପୁଲିସ ଅଧିକାରୀ ୧୫୦୦ ଟଙ୍କା ସାହାଯ୍ୟ କରିବାରୁ ସେ ଚାଲି ଚାଲି ଆସୁଥିବା ସମୟରେ ଜଣେ ଟ୍ରକ ଡ୍ରାଇଭର ସାହାଯ୍ୟ କରି ଭଦ୍ରକ ଠାରୁ ୨୦ କିଲୋମିଟର ଦୂରରେ ଛାଡି ଥିଲେ। ସେଠାରୁ ଚାଲି ଚାଲି ଆସୁଥିବା ସମୟରେ ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ନଜରକୁ ଆସିଲା ପରେ ଦୁଇଜଣ କନେଷ୍ଟବଳ ସହିତ ଏକ ଗାଡିରେ ବାଙ୍ଗିରିପୋଷି ଥାନା ପର୍ଯ୍ୟନ୍ତ ଏସପି ଛାଡିବାର ବ୍ୟବସ୍ଥା କରିଥିଲେ।

 

 

ଭଦ୍ରକ ଏସପି ରାଜେଶ ପଣ୍ଡିତ ରାଜପଥରେ ଯାଉଥିବା ଲୋକମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି । ପୁଲିସ କର୍ମଚାରୀଙ୍କ ସହଯୋଗରେ ସେ ଦୈନିକ ଏକ ହଜାରୁ ଅଧିକ ଲୋକଙ୍କୁ ଖାଦ୍ୟ ଦେଉଥିବା ଦୃଷ୍ଟିଗୋଚର ହେଉଛି । ଏପରିକି ବେଳେ ୨ ହଜାର ଲୋକଙ୍କୁ ମଧ୍ୟ ଖାଦ୍ୟ ପରଷୁଛନ୍ତି । ଏତଦ ବ୍ୟତୀତ ପଦାଚାରୀମାନଙ୍କୁ ରାସ୍ତାରୁ ଉଠାଇ ନେଇ ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଇ ଦେଉଛନ୍ତି । ଦୁଇ ଦିନ ତଳେ ମଧ୍ୟ ଭଦ୍ରକ ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ପଶ୍ଚିମବଙ୍ଗର ୨୨ ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗର ସୀମା ଲକ୍ଷ୍ମଣନାଥ ଗେଟ ନିକଟକରେ ଛାଡ଼ିଥିଲେ ।

ବାଙ୍ଗିରିପୋଷି ଥାନା ଅଧିକାରୀ ରାତି ୧୧ଟା ସମୟରେ ମହିଳାଙ୍କ ଘରେ ଛାଡିଥିଲେ ମଧ୍ୟ ସେତେ ବେଳକୁ ମୃତ ସ୍ବାମୀଙ୍କ ଶେଷ କୃତ୍ୟ ସରିଯାଇଛି ଥିଲା। ଲକ୍ ଡାଉନ ସମୟରେ ବହୁ ସ୍ଥାନରେ ପୁଲିସର କାମ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏସପିଙ୍କ କାମକୁ ସାଧାରଣ ରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର