ଲକଡାଉନ ୪.୦: ମେ ୩୧ ଯାଏଁ,୧୪ ଦିନ ପାଇଁ ବଢ଼ିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି | ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି | କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି | ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୬(୨) (i) ଅନୁଯାୟୀ ଦେଶରେ ଦେଖାଯାଇଥିବା କରୋନା ମହାମାରୀଙ୍କୁ ନେଇ ଲକଡାଉନ ଅବଧି ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି |

ସମସ୍ତ ରାଜ୍ୟ ଆସନ୍ତା ମେ ୩୧ ଯାଏଁ ଲକଡାଉନ ବଳବତ୍ତର ରଖିବାକୁ କୁହାଯାଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ୭ଟି ରାଜ୍ୟ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ | ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଛନ୍ତି | ଗତକାଲି ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ସେମାନଙ୍କ ନିଜ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ବଢାଇଥିଲେ |

ସମ୍ବନ୍ଧିତ ଖବର