ଚାଲି ଚାଲି ନିଜ ଘରକୁ ଫେରିବେ ନାହିଁ ପ୍ରବାସୀ, ଦିଆଯିବ ଖାଦ୍ୟ ଓ ଆଶ୍ରୟସ୍ଥଳ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ, କରୋନାଭାଇରସ ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଦିଲ୍ଲୀରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେ ନେଇ  ଅଧିକାରୀମାନଙ୍କୁ କୁହାଯାଇଛି। ଆବଶ୍ୟକତା ଅନୁଯାୟୀ ପ୍ରବାସୀମାନଙ୍କ ପାଇଁ ଟ୍ରେନ୍ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଏହି ନିର୍ଦ୍ଦେଶର ଏକ ନକଲ ଆଜି ଶ୍ରୀ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ରାସ୍ତାରେ ଏବଂ ରେଳ ଟ୍ରାକ ଦେଇ ଯେମିତି ନିଜ ରାଜ୍ୟକୁ ଫେରୁନାହାନ୍ତି, ତାହା ନିଶ୍ଚିତ ହେବା ଉଚିତ । ପ୍ରବାସୀମାନଙ୍କୁ ଯଦି ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିବାର ଦେଖାଯାଏ, ତେବେ ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ନିଆଯିବା ସହ ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯିବ | ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବା ବସରେ ନ ବସିବା ପର୍ଯ୍ୟନ୍ତ ସେମାନଙ୍କ ଯତ୍ନ ନିଆଯିବ | ଏଥିରେ କୁହାଯାଇଛି ଯେ, ଅଧିକ ସଂଖ୍ୟକ ‘ଶ୍ରମିକ’ ​​ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାରେ ରେଳବାଇ ସହିତ ଉପଯୁକ୍ତ ସହଯୋଗ ହେବା ଉଚିତ ଯାହା ଦ୍ୱାରା ଦ୍ରୁତ ଗତିରେ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ସହଜ ହୋଇପାରିବ।

ସମ୍ବନ୍ଧିତ ଖବର