ଏଟିଏମ୍‌ ଖୋଲିବାକୁ ଦାବି

ଲଚ୍ଛିପୁର: ସୋନପୁର ବ୍ଲକ୍‌ ଉଚ୍ଛିପୁର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ପାଖରେ ଏକ ଏଟିଏମ୍‌ ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଟିଏମ୍‌ ଖୋଲିବା ପାଇଁ ପଞ୍ଚାୟତ ପକ୍ଷରୁ ଏକ ଲକ୍ଷ ଟଙ୍କା ବ୍ୟୟରେ ଏକ ଘର ନିର୍ମାଣ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏଟିଏମ୍‌ ଖୋଲି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ଏଟିଏମ୍‌ ନ ଥିବାରୁ ଲୋକେ ଖର୍ଚ୍ଚାନ୍ତ ହୋଇ ଦୂରକୁ ଯାଇଛନ୍ତି। ଅନ୍ୟପକ୍ଷେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ଭିଡ଼ ହେଉଛି। ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଠାରେ ଏଟିଏମ୍‌ ଖୋଲିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର