ଖରାଦିନେ ଜମୁଛି ବେପାର; ଡିମାଣ୍ତରେ ଜି-କ୍ୟାପ୍‌, ସିକ୍ସ ଆଞ୍ଜେଲ୍‌ ଗ୍ଲାସ୍‌

କଟକ: ସହରରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରାର ପ୍ରକୋପ ଅଧିକ ହେଉଥିବାରୁ ଘରୁ ବାହାରିବା ମାତ୍ରେ ଲୋକେ ଖୋଜୁଛନ୍ତ ଟୋପି, ସନ୍‌ଗ୍ଲାସ୍‌ ଓ ଛତା; ଯାହା ଏବେ ପାଲଟିଛି ଅତ୍ୟାବଶ୍ୟକ ସାମଗ୍ରୀ। ଗତ ଦୁଇବର୍ଷ କୋଭିଡ୍‌ରେ ସମୟରେ ବେପାର ବନ୍ଦ୍‌ ରହିବା ଯୋଗୁଁ ଦୋକାନୀମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତିର ସାମ୍ନା କରିଥିଲେ। କୋଭିଡ୍‌ ପୂର୍ବରୁ ଯେପରି ବେପାର ରହିଥିଲା ସେହି ତୁଳନାରେ ଚଳିତଥର ବେପାର ହେଉ ନଥିଲେ ବି ତାର ୮୦ ପ୍ରତିଶତ ବେପାରକୁ ନେଇ ଖୁସି ପ୍ରକାଶ କରିଛନ୍ତି ଦୋକାନୀ। ଲୋକଙ୍କ ଡିମାଣ୍ତକୁ ନଜରରେ ରଖି ଦୋକାନୀମାନେ ରଖିଛନ୍ତି ଭଳି କି ଭଳି ଜିନିଷ।
ବାଂଲାଦେଶ ଟୋପି ଦର ୧୨୦ ରୁ ୧୮୦ ଟଙ୍କା ରହିଥିବା ବେଳେ ଚାଇନା ଟୋପି ମଧ୍ୟରେ ରହିଛି। ହିପ୍‌ଅପ୍‌ ଟୋପି ଦର ୨୨୦ ଟଙ୍କା, ଜାଲିଟୋପି ଦର ୧୫୦ ରୁ ୨୦୦ ଟଙ୍କା, ଇମ୍ପୋଟେଡ଼୍‌ ଟୋପି ଦର ୨୫୦ ରୁ ୩୫୦ ଟଙ୍କା ରହିଛି।

ଇଣ୍ତିଆନ୍‌ ଟୋପି ମଧ୍ୟରେ ରହିଛି। ଜି-କ୍ୟାପ୍‌ ଦର ୧୩୦ରୁ ୧୮୦ ଟଙ୍କା, ଦେବାନନ୍ଦ୍‌ ଟୋପି ଦର ୧୨୦ ଟଙ୍କା, ଟେନିସ୍‌ ଟୋପି ଦର ୧୮୦ ଟଙ୍କା, ସାନିଆ ମିର୍ଜା ଟୋପି ୧୨୦ ଟଙ୍କା। ସେହିପରି ସନ୍‌ଗ୍ଲାସ୍‌ ମଧ୍ୟରେ ଆଭିଏଟର୍‌ ଗ୍ଲାସ ଦର ୧୫୦ ଟଙ୍କା ଥିବା ବେଳେ ସ୍କୋୟାର୍‌ ସାଇଜ୍‌, ଫ୍ରେମ୍‌ଲେସ୍‌, ଡେ ଆଣ୍ତ ‌ନାଇଟ୍‌, ସିକ୍ସ ଆଞ୍ଜେଲ୍‌ ଗ୍ଲାସ୍‌ ଦର ରହିଛି ୧୦୦ ରୁ ୬୦୦ ଟଙ୍କା। ସେପଟେ, ପ୍ରିଣ୍ଟେଡ୍‌ ଛତା, ପ୍ଲେନ୍‌ ଛତାର ଦର ୧୮୦ ରୁ ୩୫୦ ଟଙ୍କା ରହିଛି। ଏହି ସବୁ ଜିନିଷ କଲିକତା, ଦିଲ୍ଲୀ ଭଳି ଅଞ୍ଚଳରୁ ଆସୁଥିବା ବେଳେ ଜି-କ୍ୟାପ୍‌, ସିକ୍ସ ଆଞ୍ଜେଲ୍‌ ଗ୍ଲାସ୍‌ ଓ ପ୍ରିଣ୍ଟେଡ୍‌ ଛତାର ରହିଛି ଅଧିକ ଡିମାଣ୍ତ।

ଏ ନେଇ ଦୋକାନୀ କହନ୍ତି

ନୂଆ ଭେରାଇଟିର ଅଧିକ ଡିମାଣ୍ତ
ଲୋକେ ଖରାରୁ ତ୍ରାହି ପାଇବା ପାଇଁ ଏହି ସବୁ ଜିନିଷ ପ୍ରତି କିଣିବା ପାଇଁ ଆଗ୍ରହୀ। ଦୁଇବର୍ଷର କ୍ଷତି ଆମକୁ ଢେର୍‌ ଆଘାତ ଦେଇଛି, ଯାହା ପୂରଣ ହେବା ଅସମ୍ଭବ। ହେଲେ ଏଥର ବେପାର କିଛି ମାତ୍ରାରେ ଭଲ ହେଉଛି।
ବିଶ୍ବରଞ୍ଜନ ଦାସ
ରେଭେନ୍ସା ଷ୍ଟୋର୍‌, କଲେଜ୍‌ସ୍କୋୟାର୍‌

 

ଖୁବ ଭଲ ବେପାର ହେଉଛି
ଖରାଦିନ ପାଇଁ ଏହି ସବୁ‌ ଭେରାଇଟି ଜିନିଷ ଅଧିକ ଆବଶ୍ୟକ ପଡ଼ିଥାଏ। ଏଥର ବିକ୍ରି ମଧ୍ୟ ଖୁବ୍‌ ଭଲ ‌ହେଉଛି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଜିନିଷ ଆଣିଛୁ। ଖୁବ୍‌ ଭଲ ବେପାର ହେବ ବୋଲି ଆଶା ରଖିଛି।
ରୁବି
ରକି ଷ୍ଟୋର୍‌, କଲେଜ୍‌‌ସ୍କୋୟାର୍‌

ସନ୍‌ଗ୍ଲାସ୍‌ର ଅଧିକ ଚାହିଦା ରହିଛି
ଖରାରୁ ରକ୍ଷା ପାଇବା ପାଇଁ ଓ ଆଖିକୁ ସୁରକ୍ଷା ଦେବା ପାଇଁ ଲୋକ ସନ୍‌ଗ୍ଲାସ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏବେ ବଲିଉଡ୍‌ ଅଭିନେତାମାନେ ବ୍ୟବହାର କରୁଥିବା ସନ୍‌ଗ୍ଲାସ୍‌ ପାଇଁ ଯୁବପିଢ଼ିଙ୍କ ଡିମାଣ୍ତ ରହିଛି।
ଶୁଭେନ୍ଦୁ ପାତ୍ର
ପାତ୍ର ଫ୍ୟାନ୍ସି, କଲେଜ୍‌ସ୍କୋୟାର୍‌

ସମ୍ବନ୍ଧିତ ଖବର