ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼ ଚୋରି

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତରେ ଥିବା ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼କୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଡ୍ୟାମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲୁହାର ସୁରକ୍ଷାବାଡ଼ ନିର୍ମାଣ କରାଯାଇଥିଲା।

ଏହାକୁ ଦୁର୍ବୃତ୍ତମାନେ କାଟି ନେଇଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ପର୍ଯ୍ୟଟକଙ୍କ ରହିବା ପାଇଁ ନିକଟ‌ରେ ଏକ ଡାକବଙ୍ଗଳା ଥିଲା। ଏହା ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଫୁଲ ବଗିଚା ନଷ୍ଟ ହୋଇଗଲାଣି। ଡ୍ୟାମ୍‌କୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଦୈତାରି ଡ୍ୟାମ୍‌ର ସୁରକ୍ଷାବାଡ଼ ନିର୍ମାଣ ସହ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର