ରାଇରଂଗପୁର ପୌରପରିଷଦର ଅଧିକାଂଶ ୱାର୍ଡରେ ଡ୍ରେନେଜ୍ ସୁବିଧା ନଥିବାରୁ ଲୋକଙ୍କ ଘରେ ଆଣ୍ଠୁଏ ପାଣି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ଏହି ସହରକୁ ନେଇ ପୌରପରିଷଦ ଗଠନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ସମୟରେ ସହର ବାସିନ୍ଦା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଟିକିଏ ବର୍ଷା ହେଲେ ୱାର୍ଡବାସିନ୍ଦାଙ୍କ ଘରେ ପାଣି ପଶି ଯାଉଛି। ଏପରିକି ସହରର ଅଳିଆ ପାଣି ସହିତ ବିଭିନ୍ନ ପ୍ରକାର ବିଷାକ୍ତ କୀଟପତଙ୍ଗ ମଧ୍ୟ ଘର ଭିତରକୁ ପଶିଯାଉଛନ୍ତି।

ତେବେ ଗୁରୁବାର ସନ୍ଧ୍ୟା ସମୟର ଲଗାଣ ବର୍ଷା ହେବା ଯୋଗୁଁ ୬ ନଂ ୱାର୍ଡର ବାସିନ୍ଦା ତଥା ଅବସର ପ୍ରାପ୍ତ ପଂଚାୟତରାଜ୍ ବିଭାଗର ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ରବୀନ୍ଦ୍ରନାଥ ମହାନ୍ତଙ୍କ ଘର ଭିତରରେ ଆଣଣ୍ଠୁଏ ପାଣି ଜମିରହିଥିଲା। ସେହିପରି କୁଚେଇବୁଢିର ସମର ଦତତଙ୍କ ଘରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଥିଲା। ଏହା ବ୍ୟତୀତ ସହରର କିଛିସ୍ଥାନରେ ବାଇକ୍ ପାର୍କିଂ କରାଯାଇଥିବା ସମୟରେ ବାଇକ୍ ଗୁଡିକ ମଧ୍ୟ ବୁଡିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଯଥାଶିଘ୍ର ଡ୍ରେନେଜ୍ ବ୍ୟବସ୍ଥା କରାଯାଉ ବୋଲି ସହରବାସିନ୍ଦା ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର