ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ମାସବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ, ମହିଳା କର୍ମଚାରୀ ଓ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ମହିଳା କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ‘ସମାନତାକୁ ଗ୍ରହଣ କରିବା’ (ଏମ୍ବ୍ରାସ୍ ଇକ୍ୱିଟି) ବିଷୟବସ୍ତୁ ଉପରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରି ମାସ ବ୍ୟାପୀ ଉତ୍ସବ ପାଳନ କରାଯାଇଛି । ସମାନତା କର୍ମ କ୍ଷେତ୍ର ପ୍ରଥା ମୂଳଦୁଆ ଉପରେ ଆଧାରିତ ଅଭିବୃଦ୍ଧି ରୋଡ୍‌ମ୍ୟାପ୍ ଦ୍ୱାରା କଂପାନି ଭିତରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଲାଗି ବେଦାନ୍ତ ଆଲୁମିନିୟମ୍ ସର୍ବଦା ଉଦ୍ୟମ କରୁଛି।

ଶିଳ୍ପ ୪.୦ ଓ ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରରେ ରୂପାନ୍ତର ହେଉଥିବା ବେଳେ ମାନୁଫାକ୍‌ଚରିଂ ଶିଳ୍ପରେ ପେସାଦାରମାନଙ୍କ ଲାଗି ଆକର୍ଷଣୀୟ ସୁଯୋଗ ରହିଛି । ଉନ୍ନତ ପ୍ରଯୁକ୍ତି, ଡିଜିଟାଲ୍ ସମାଧାନ, ଅଟୋମେସନ୍ ଓ ସ୍ମାର୍ଟ ମାନୁଫାକ୍‌ଚରିଂ ସହ ଶିଳ୍ପ ବ୍ୟାପକ କ୍ୟାରିୟର ବିକଳ୍ପ ପ୍ରଦାନ କରୁଛି । ଶିଳ୍ପର ଅଗ୍ରଣୀ ମାନବ ସମ୍ବଳ ପ୍ରଥା ମୂତୟନ କରିବାରେ ବେଦାନ୍ତ ଆଲୁମିନିୟମ୍ ସର୍ବଦା ଆଗରେ ରହି ଏହାର କର୍ମକ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ଲିଙ୍ଗଗତ ସମାନତା ଶତାଂଶକୁ ସମୃଦ୍ଧ କରୁଛି-ଏହା ଏଭଳି ଏକ ସ୍ଥିତି ଯାହା ଧାତବ, ଖଣି ଓ ଭାରି ଶିଳ୍ପରେ ସାଧାରଣ ଅସ୍ୱାଭାବିକ ଯେଉଁଠାରେ ଲିଙ୍ଗଗତ ବିବିଧତା ବିଶ୍ୱସ୍ତରରେ ଏକ ନିମ୍ନ ଏକ ସଂଖ୍ୟା ବିଶିଷ୍ଟ ରହିଛି । ଏହାକୁ ନେଇ ଏବେ ମହିଳା ପେସାଦାରମାନେ ପାରମ୍ପରିକ ଭାବେ ପୁରୁଷଙ୍କ ଆଧିପତ୍ୟରେ ରହିଥିବା କ୍ଷେତ୍ର ଯଥା ଧାତବ ଉତ୍ପାଦନଠାରୁ ଆରମ୍ଭ କରି ଲଜିଷ୍ଟିକ୍ସ, ସିଭିଲ କାର୍ଯ୍ୟ, ରେଳବାଇ ଭିତିଭୂମି, ଆର୍ଥିକ, ନିରାପତ୍ତା ଏବଂ ସାମଗ୍ରୀ ପ୍ରକ୍ୟୁରମେଂଟ୍ ଭଳି ମୌଳିକ ପରିଚାଳନା ଏବଂ ବୈଷୟିକ ଭୂମିକା ନିର୍ବାହ କରୁଛନ୍ତି ।

ମାସ ବ୍ୟାପୀ ଉତ୍ସବ ପାଳନରେ ଏହି କାର୍ଯ୍ୟକ୍ରମଗୁଡ଼ିକ ସାମିଲ ଥିଲା:

  • ଅଗମେଂଟେଡ୍ ରିଅଲିଟି ନେତୃତ୍ୱ ଅଭିଯାନ: ମାନୁଫାକ୍‌ଚରିଂ ଶିଳ୍ପକୁ ଅଧିକ ମହିଳାଙ୍କୁ ଆକୃଷ୍ଟ କରିବା ଲାଗି “ବେଦାନ୍ତ ସର୍ଟିଂ ହାର୍ଡ-ହ୍ୟାଟ୍‌’ ନାମରେ ଏକ ଅଗମେଂଟେଡ୍ ରିଅଲିଟି (ଏଆର୍‌) ନେତୃତ୍ୱ ଅଭିଯାନକୁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭାରମ୍ଭ କରାଯାଇଥିଲା । “ଥିଙ୍କିଙ୍ଗ ହ୍ୟାଟ୍‌’ ପରିକଳ୍ପନା ଉପରେ ପର୍ଯ୍ୟବେସିତ ଏହି ଅଭିଯାନରେ ଏକ ସେଲ୍‌ଫି ଫିଲ୍‌ଟର ଥିଲା ଯାହା କଂପାନିର ବିଭିନ୍ନ ବିଭାଗରେ ଅଭିଳାଷପୂର୍ଣ୍ଣ ଭାବ ସହିତ ଦର୍ଶକଙ୍କ ବ୍ୟକ୍ତିତ୍ୱର ମେଳ ଖାଉଥିଲା । କଂପାନି ୱେବସାଇଟ୍‌ରେ କ୍ୟାରିୟର ସୁଯୋଗ ସନ୍ଧାନ କରିବାକୁ ସେମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । କ୍ଷେତ୍ରରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଏବଂ ମହିଳାଙ୍କ ପାଇଁ କ୍ୟାରିୟର ସମ୍ଭାବନାକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।
  • ସିଏକ୍ସଓ ଅଫ୍ ଦି ଡେ: ୩୧ ଜଣ ପ୍ରବଳ ସମ୍ଭାବନା ଥିବା ମହିଳାଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଦୁଇ ଦିନ ପାଇଁ ସେମାନଙ୍କୁ ସିଏକ୍ସଓ କରାଯାଇଥିଲା ଯେଉଁଠାରେ ବର୍ତମାନର ସିଇଓ ତାଙ୍କୁ ବ୍ୟକ୍ତିଗତ ଭାବେ ବିଭିନ୍ନ ଭୂମିକା, ଦାୟିତ୍ୱ ଓ ନିଷ୍ପତି ଗ୍ରହଣ ପ୍ରକ୍ରିୟା ବିଷୟରେ ଆଙ୍କରିଂ ଓ ମେଟରିଂ ସହାୟତା ପ୍ରଦାନ କରିଥିଲେ । ଏହା ମହିଳାମାନଙ୍କୁ କଂପାନି ଭିତରେ ଥିବା ଶ୍ରେଷ୍ଠ ପ୍ରଥା ଏବଂ ଆଉ କିଛି ବର୍ଷ ପରେ ସେମାନେ ଗ୍ରହଣ କରିବାକୁ ଯାଉଥିବା ଅଭିଳାଷପୂର୍ଣ୍ଣ ଭୂମିକାରେ ରହିଥିବା ଜଟିଳତାର ଦୃଷ୍ଟିକୋଣକୁ ସେମାନେ ଜାଣିପାରିଥିଲେ । ସଫଳ କାହାଣୀ, ନେତୃତ୍ୱ, ଅନ୍ତର୍ଭୁକ୍ତୀକରଣ ଓ ବିବିଧତା ଉପରେ ଗୁରୁତ୍ୱାରୋପ କରି କଂପାନି ପକ୍ଷରୁ ମହିଳା ନେତୃତ୍ୱଙ୍କ ପ୍ରୋଫାଇଲ୍ ସୃଷ୍ଟି କରାଯାଇଥିଲା ।
  • କିନ୍ନର ନିରାପତାରକ୍ଷୀ ନିଯୁକ୍ତି: କଂପାନିର ସୁଦୃଢ଼ ନିରାପତା ଟିମ୍‌ରେ ୭ କିନ୍ନର କର୍ମଚାରୀଙ୍କୁ ନିଯୁକ୍ତି ଦେଇ ବେଦାନ୍ତ ଆଲୁମିନିୟମ୍ ଏହାର ଝାରଗୁଗୁଡ଼ା ୟୁନିଟ୍‌ରେ କିନ୍ନରଙ୍କୁ ନିଯୁକ୍ତି ଦେବାର ପ୍ରଥା ଆରମ୍ଭ କରିଥିଲା । ବିଶ୍ୱର ଅନ୍ୟତମ ସର୍ବବୃହତ ଆଲୁମିନିୟମ ସ୍ମେଲଟର ଓ ଏହାର କର୍ମଚାରୀଙ୍କ ଚକିଶ ଘଂଟା ନିରାପତାକୁ ନିଶ୍ଚିତ କରିବା ଦାୟିତ୍ୱରେ ଥିବା ଏହି କିନ୍ନରମାନେ ହେଉଛନ୍ତି କଂପାନିରେ ଏବେ ନିଯୁକ୍ତ ହୋଇଥିବା ୨୦ ଜଣ କିନ୍ନର କର୍ମଚାରୀମାନଙ୍କ ମଧ୍ୟରୁ ଅନ୍ୟତମ ।
  • ମହିଳା ଉଦ୍ୟୋଗୀଙ୍କୁ ସହାୟତା: ବେଦାନ୍ତ ଆଲୁମିନିୟମ୍ ସମର୍ଥିତ ଭାରତର ଅନ୍ୟତମ ସର୍ବବୃହତ ମହିଳା ସମବାୟ ସଂଗଠନ ଶୁଭଲକ୍ଷ୍ମୀ କୋ-ଅପରେଟିର ସଦସ୍ୟାମାନଙ୍କୁ ଘାରସୁଗୁଡ଼ା ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳ ସରୋଜ କୁମାର ସାମଲ ସମ୍ବର୍ଦ୍ଧିତ କରିଥିଲେ । ଝାରସୁଗୁଡ଼ାର ଆସିଷ୍ଟାଂଟ୍ ରେଜିଷ୍ଟ୍ରାର୍ ଅଫ୍ କୋ-ଅପରେଟିଭ୍ ସୋସାଇଟି-ଝାରସୁଗୁଡ଼ା ଶରତ ଚନ୍ଦ୍ର ପାଣିଗ୍ରାହୀ, ଏଂଟ୍ରେପ୍ରେନେଉରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ)ର ଆଂଚଳିକ ମୁଖ୍ୟ ସୁବ୍ରତ ବିଶ୍ୱାଳ, ବେଦାନ୍ତ ଆଲୁମିନିୟମର ସ୍ୱେଚ୍ଛାସେବୀ କର୍ମଚାରୀ ଓ ଅନ୍ୟାନ୍ୟ ପଂଚାୟତିରାଜ ଅନୁଷ୍ଠାନ (ପିଆରଆଇ) ସଦସ୍ୟମାନଙ୍କ ଉପସ୍ଥିତିରେ ସେ ସବୁଠୁ ସଫଳ ଉଦ୍ୟୋଗୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଶ୍ରେଷ୍ଠ କମ୍ୟୁନିଟି ମୋବିଲାଇଜରଙ୍କୁ ପୁରସ୍କୃତ କରିଥିଲେ । ମହିଳାଙ୍କ ଅଧିକାର ଓ ସାମାଜିକ ନ୍ୟାୟ ଉପରେ ଏକ ସଚେତନତା ଅଧିବେଶନ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲା ।
  • ଓଡ଼ିଶାର ବିଶିଷ୍ଟ ମହିଳାଙ୍କୁ ସମ୍ବର୍ଦ୍ଧନା: ଓଡ଼ିଶାର ବିଶିଷ୍ଟ ମହିଳା ଉପଲବ୍ଧି ହାସଲକାରୀ ମହିଳା-କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ବିଜେତା ଓଡ଼ିଆ ଗାୟିକା ସୁସ୍ମିତା ଦାସ ଓ ଭାରତୀୟ ମହିଳା ଜାତୀୟ ଫିଲ୍‌ଡ ହକି ଟିମ୍‌ର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ କଂପାନି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ମହିଳା କଂପାନିର ମହିଳା କର୍ମଚାରୀମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ଲକ୍ଷ୍ୟକୁ ନିରବଚ୍ଛିନ୍ନ ଭାବେ ଅନୁସରଣ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଲିଙ୍ଗଗତ ସମାନତା ପ୍ରତି ବେଦାନ୍ତର ପ୍ରତିବଦ୍ଧତାକୁ ଦୋହରାଇ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା କହିଛନ୍ତି ଯେ, “ବେଦାନ୍ତ ଆଲୁମିନିୟମ୍‌ରେ ଲିଙ୍ଗଗତ ସମାନତା ପ୍ରତି ଆମ ଆଭିମୁଖ୍ୟର ବିଶ୍ୱାସ ଓ ସଂସ୍କୃତିର ସ୍ତମ୍ଭ ଗଠନ କରିଛି ବିବିଧତା ଓ ଅନ୍ତର୍ଭୁକ୍ତୀକରଣ । ଧାତବ, ଖଣି ଓ ଭାରୀ ଇଞ୍ଜିନିୟରିଂ ଶିଳ୍ପର ବିଶ୍ୱ ଲିଙ୍ଗଗତ ବିବିଧତା ଏକ ଅଙ୍କ ସଂଖ୍ୟା ଭଳି ନିମ୍ନସ୍ତରରେ ରହିଥିବା ବେଳେ ଆମର ଶିଳ୍ପର ଅଗ୍ରଣୀ ମାନବ ସମ୍ବଳ ପ୍ରଥାକୁ ନେଇ ଆମର ସୁସ୍ଥକର ଲିଙ୍ଗଗତ ବିବିଧତା ଶତାଂଶ ରହିଛି । ସମସ୍ତଙ୍କ ପାଖରେ ସମାନ ସୁଯୋଗ ପହଂଚାଇବାର ଏହି ସଂସ୍କୃତିକୁ ଆମେ ସ୍ଥାନୀୟ ଗୋଷ୍ଠୀ ପାଖରେ ପହଂଚାଇବାକୁ ଉଦ୍ୟମ କରୁଛୁ । ଆମର ପ୍ରମୁଖ ନିରନ୍ତର ଜୀବନଜୀବିକା ଓ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଶୁଭଲକ୍ଷ୍ମୀ କୋ-ଅପରେଟିଭ୍ ଭଳି ଅନୁଷ୍ଠାନ ଜରିଆରେ ଆମେ ଗ୍ରାମୀଣ ଭାରତର ୪୧୦୦ରୁ ଅଧିକ ମହିଳାମାନଙ୍କ ପାଖରେ ଏକକାଳୀନ ଆର୍ଥିକ ସାକ୍ଷରତା, ଦକ୍ଷତା ବିକାଶ, ସଂସ୍ଥା ବିକାଶ ଆଦିକୁ ପହଂଚାଇ ସେମାନଙ୍କୁ ସାମାଜିକ ଅର୍ଥନୈତିକ ବିକାଶରେ ଯୋଡ଼ିପାରିଛୁ ।’’

ସଫଳତା ପାଇଁ ଶୁଭଲକ୍ଷ୍ମୀ କୋ-ଅପରେଟିଭ୍‌ର ସଦସ୍ୟାମାନଙ୍କୁ ପ୍ରଶଂସା କରି ଝାରସୁଗୁଡ଼ାର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, “ନିଜ କାର୍ଯ୍ୟ କ୍ଷେତ୍ର ଓ ଗୋଷ୍ଠୀରେ ମହିଳାମାନଙ୍କ ସଶକ୍ତ ଓ ସକ୍ଷମ କରିବା ଦିଗରେ ବେଦାନ୍ତ ଆଲୁମିନିୟମ୍‌ର ଉଦ୍ୟମ ବେଶ ପ୍ରଶଂସନୀୟ । ଆମ ସମାଜର ଏତେ ସଂଖ୍ୟକ ମହିଳାମାନଙ୍କ ଉପଲବ୍ଧିକୁ ଦେଖି ବହୁତ ଖୁସି ଲାଗୁଛି ଏବଂ ମୁଁ ନିଶ୍ଚିତ ଯେ ବେଦାନ୍ତ ଓ ଶୁଭଲକ୍ଷ୍ମୀ କୋ-ଅପରେଟିଭ ଆଗାମୀ ଦିନରେ ମଧ୍ୟ ଅଧିକ ମହିଳାଙ୍କ ବିକାଶ ପାଇଁ ସହାୟତା ଜାରି ରଖିବେ ।’’

ଦକ୍ଷତା ତାଲିମ, ଆର୍ଥିକ ସାକ୍ଷରତା ଓ ଜୀବିକା ସୃଷ୍ଟି ସୁଯୋଗ ଜରିଆରେ ସ୍ଥାନୀୟ ସମାଜର ମହିଳାମାନଙ୍କୁ ଗୋଷ୍ଠୀ କୈନ୍ଦ୍ରୀକ ସଂସ୍ଥାରେ ପରିଣତ କରଛନ୍ତି ଉଭୟ ଶୁଭଲକ୍ଷ୍ମୀ । ସଂସ୍ଥା ସୃଷ୍ଟି କରିବା, କଂଚାମାଲ ପ୍ରତିଷ୍ଠା କରିବା ଏବଂ ବଜାର ଲିଙ୍କେଜ୍ ସହ ସେମାନଙ୍କ ଉତ୍ପାଦର ପ୍ରସାର କରିବାରେ ମହିଳାମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ଏହା ଗୁରୁତ୍ୱାରୋପ କରୁଥିବା ବେଳେ ସାମାଜିକ ସୁରକ୍ଷା ସେବା ଓ ସଂସ୍ଥାଗତ ଋଣ ସମ୍ବଳକୁ ସେମାନଙ୍କ ପାଖରେ ପହଂଚାଉଛି । ସେମାନଙ୍କ ଉଦ୍ୟମ ସେମାନଙ୍କ ସମାଜରେ ସାମାଜିକ ଓ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ, ଜୀବିକା ସୃଷ୍ଟି ଏବଂ ସଂସ୍ଥାର ପ୍ରସାର କରିବାରେ ସହାୟକ ହୋଇଛି ।

ବେଦାନ୍ତ ଲିମିଟେଡ୍‌ର ପରିଚାଳିତ ବେଦାନ୍ତ ଆଲୁମିନିୟମ୍ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରିଛି ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ୨.୨୭ ନିୟୁତ ଟନ୍ । ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏହା ହେଉଛି ଅଗ୍ରଣୀ, ଯାହାକୁ ବିଭିନ୍ନ ମୌଳିକ ଶିଳ୍ପରେ ବ୍ୟବହାର କରାଯାଉଛି । ଆଲୁମିନିୟମ୍ ଶିଳ୍ପ ପାଇଁ ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍‌ଆଇ)ର ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ବେଦାନ୍ତ ଦ୍ୱିତୀୟ ର‌୍ୟାଙ୍କ୍‌ରେ ରହିଛି ଯାହା ଏହାର ଦୀର୍ଘସ୍ଥାୟୀ ବିକାଶ ପଦ୍ଧତିର ଏକ ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ବିଶୋଧନାଗାର ଓ ପାୱାର ପ୍ଲାଂଟ୍ ସହ ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢାଇବା ଲାଗି ରହିଥିବା ମିସନ୍‌କୁ କଂପାନି ପୂରଣ କରୁଛି ।

ସମ୍ବନ୍ଧିତ ଖବର