ପାଟିରେ ବାଣ ଫୁଟି ଶିଶୁକନ୍ୟା ଗୁରୁତର, କଟକ ଶିଶୁଭବନକୁ ସ୍ଥାନାନ୍ତର

ଠାକୁରମୁଣ୍ଡା: ଖେଳିବା ବେଳେ ପାଟିରେ ବାଣଫୁଟି ଜଣେ ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଦୁଆରଶୁଣି ଗାଁରେ ଘଟିଛି ଏଭଳି ଅଘଟଣ। ଦୁଆରଶୁଣି ଗାଁର ପାକନ କୁଦୁଡାଙ୍କ ୬ ବର୍ଷର ଝିଅ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲା। ସେହି ସମୟରେ ତଳେ ପଡ଼ିଥିବା ଏକ ଅଫୁଟା ବାଣକୁ ପାଟିରେ ଭର୍ତ୍ତି କରି ଚୋବେଇ ଦେବାକୁ ବାଣ ପାଟିରେ ଫୁଟି ଯାଇଥିଲା।

ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଆମ୍ବୁଲାନ୍ସ ଡାକି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର