ସାନ୍ତଳୀ ସମ୍ପ୍ରଦାୟର ନୂଆ ବର୍ଷ ମାଘେ ମଲ୍ଲୁ ପାଳିତ   

ରାଇରଙ୍ଗପୁର: ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ `ଆଦିମ ସାୱତା ସେମଲେଦ´ ତରଫରୁ ସାନ୍ତାଳୀ ସମାଜର ୧୭ ତମ ନୂଆବର୍ଷ ମାଘେ ମଲ୍ଲୁ ଆନନ୍ଦ ଉଲ୍ଲାସ ସହିତ ରାଇରଙ୍ଗପୁର ନିକଟସ୍ଥ  ନୂଆଗାଁର  ଲିପିଘୁଟୁ ଖେଳ ପଡିଆ ଠାରେ ପାରମ୍ପରିକ ନୃତ୍ୟସଂଗୀତ ମାଦଳର ତାଳେ ତାଳେ ମଜ୍ଜି ରହିଥିବାର ପରିଲକ୍ଷିତ ହୋଇଥିଲା | ଉକ୍ତ ଦିନ ସେମାନେ ସେମାନଙ୍କର  ଦୈନଦିନ କର୍ମଜଞ୍ଜାଳରୁ ମୁକ୍ତ ରହି ନିଜ ସଂପ୍ରଦାୟର ଲୋକମାନଙ୍କ ସହ ମିଶି ଖୁସିରେ ଦିନ ବିତାଇଥାନ୍ତି | ବାସ୍ତବରେ ଏହା ଦେଖିଲେ ଲାଗେ ସେମାନଙ୍କ ଭିତରେ ରହିଛି ଭାଇଚାରା  ଓ ବନ୍ଧୁତ୍ବଭାବ ।  ସାନ୍ତାଳୀ ସଂପ୍ରଦାୟର ଭାଇଭଉଣୀଗଣ ହାତକୁ ହାତ ମିଶାଇ ନାଚଗୀତରେ ମସଗୁଲ ରହିଥିବାର ପରିଦୃଶ୍ୟମାନ ହୋଇଥିଲା ।
ଏଥିରେ ସଂଗଠନର ସଭାପତି ଲଛୁ ହାଁସଦାଃ, ଉପସଭାପତି ରୁଖମୁନି ହାଁସଦାଃ, ସଂପାଦକ ମନୋରଂଜନ ମୁର୍ମୁ, ଯୁଗ୍ମ ସଂପାଦକ ହୀରାମଣୀ ମାଝୀ, ଉପଦେଷ୍ଟା ଭୁଗୁଲୁ ମାର୍ଣ୍ଡି, କୋଷାଧ୍ୟକ୍ଷ କୁନି ମାର୍ଣ୍ଡି, କାର୍ଯ୍ୟକାରୀ ସଦସ୍ୟ ଦମୟନ୍ତୀ ମୁର୍ମୁ, ମିନି ହାଁସଦାଃ, ମିଥିଳା ଟୁଡୁ, ଦୁଲାରି ମୁର୍ମୁ, ମମତା ମୁର୍ମୁ ତଥା ଅନ୍ୟାନ୍ୟ ସଦସ୍ୟଗଣ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।
ସମ୍ବନ୍ଧିତ ଖବର