ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ମୟୁରଭଞ୍ଜ ଗସ୍ତ

ରାଇରଙ୍ଗପୁର: ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ )ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଗତକାଲିଠାରୁ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ସହିତ ଅପରାହ୍ନରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ ନିମନ୍ତେ ପହଞ୍ଚିଥିଲେ ।ଏହି ଅବସରରେ ଉପନିର୍ଦେଶକ ଶ୍ରୀ ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣିଙ୍କୁ କାର୍ଯ୍ୟାଳୟ ତରଫରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିକାଶ ରଞ୍ଜନ ମହାନ୍ତି, ସୂଚନା କେନ୍ଦ୍ର ର ଗ୍ରନ୍ଥାଗାରିକ ହରିଶ ଚନ୍ଦ୍ର ମହାପାତ୍ର ଓ ରାତ୍ର ଜଗୁଆଳି  ସଂଗ୍ରାମ ବିଶ୍ୱାଳ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
କାର୍ଯ୍ୟାଳୟ ପରିଦର୍ଶନ ତଥା ନିରୀକ୍ଷଣ ପରିପ୍ରେକ୍ଷୀରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ବିଭିନ୍ନ ନଥିପତ୍ର,ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ କାର୍ଯ୍ୟାଳୟ ଗୃହ ଏବଂ ସୂଚନା କେନ୍ଦ୍ର ବୁଲି ଦେଖିଥିଲେ ଓ କାର୍ଯ୍ୟାଳୟ ସମ୍ପର୍କିତ ବିଭିନ୍ନ ବିଷୟରେ ପଚାରି ବୁଝି ଥିଲେ ।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହାନ୍ତି କାର୍ଯ୍ୟାଳୟର ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ ନିମନ୍ତେ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଭିନ୍ନ ସମସ୍ୟା ବିଷୟରେ ତା’ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉପନିର୍ଦ୍ଦେଶକ ଏହାର ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।
ଗସ୍ତ ସମୟରେ ସେ କରଞ୍ଜିଆ ଉପଖଣ୍ଡର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତଥା କରଞ୍ଜିଆ ଏବଂ ଯଶିପୁର ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ। ରାଇରଙ୍ଗପୁର କାର୍ଯ୍ୟାଳୟ ପରିଦର୍ଶନ ସାରି ସେ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ। ପ୍ରକାଶ ଥାଉକି ତାଙ୍କର ଦ୍ଵିତୀୟ ଦିନ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରି ଅପରାହ୍ନରେ କଟକ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ସମ୍ବନ୍ଧିତ ଖବର