୫ବର୍ଷ ପୁରୁଣା ଚେକ ବାଉନ୍ସ ମାମଲାରେ ୱାରେଣ୍ଟି ଗିରଫ: ଏକାଧିକ ଠକେଇ ମାମଲାରେ ଜଡିତ

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମଧୁନଣ୍ଡା ଅଞ୍ଚଳରେ ୨୦୧୮ ମସିହାରେ ଘଟିଯାଇଥିବା ଏକ ଚେକ ବାଉନ୍ସ ମାମଲାରେ ଜଡିତ ବ୍ୟକ୍ତିଙ୍କ ନାମରେ ମାନ୍ୟବର ଅଦାଲତ ଜାରି କରିଥିବା ଜାମିନ ବିହୀନ ଗିରଫ ପରୱାନା ବଳରେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛି ମଧୁନଣ୍ଡା ଗ୍ରାମର ସୁରେନ୍ଦ୍ର ମହାନ୍ତିଙ୍କ ପୁଅ ଅଜିତ ମହାନ୍ତି | ସୂଚନା ମୁତାବକ ୨୦୧୮ ମସିହାରେ ଅଜିତ ନିଜ ଆକାଉଣ୍ଟରେ ଟଙ୍କା ନରଖି ଉକ୍ତ ଅଞ୍ଚଳର ସଞ୍ଜୟ କୁମାର ଜେନାଙ୍କୁ ଲକ୍ଷାଧିକ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ |

ପରେ ସଞ୍ଜୟ ଉକ୍ତ ଚେକକୁ ବ୍ୟାଙ୍କରେ ଡିପୋଜିଟ କରିଥିଲେ ଓ ଚେକଟି ବାଉନ୍ସ ହୋଇଯାଇଥିଲା | ସଞ୍ଜୟ ଏହାକୁ ନେଇ କୋର୍ଟ ମାମଲା ଦାଏର କରିଥିଲେ | ତେବେ ମାମଲାଟି କୋର୍ଟରେ ବିଚାରାଧୀନ ଥିବାବେଳେ ମାନ୍ୟବର ଅଦାଲତ ଅଜିତ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । କୋର୍ଟଙ୍କ ପରୱାନା ତଥା ଆଇସିସି କେସ ନଂ ୫୧/୨୦୧୮ ବଳରେ ଆଜି ଅଭିଯୁକ୍ତକୁ ଗିରଫ କରି ସ୍ବାସ୍ଥ୍ୟପରୀକ୍ଷା ପୂର୍ବକ କୋର୍ଟଚାଲାଣ କରିଛି ବୈଶିଙ୍ଗା ପୁଲିସ ।

ସମ୍ବନ୍ଧିତ ଖବର