ଶିକାର ପାଇଁ ଜଙ୍ଗଲରେ ବୁଲୁଥିବା ବେଳେ ଗିରଫ କଲା ବନ ବିଭାଗ, ଦେଶୀ ବନ୍ଧୁକ ଜବତ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ସେକ୍ସନ୍ର ଲଣ୍ଡେଇହିଲ୍ ଜଙ୍ଗଲରେ ଜଣେ ଶିକାରୀକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଭଞ୍ଜନଗର ଥାନା ଢଉପଲ୍ଲୀ ଗ୍ରାମର ବଳରାମ ମଳିକ(୩୨)। ବଳରାମ ଗତକାଲି ଲଣ୍ଡେଇହିଲ୍ ଜଙ୍ଗଲରେ ବୁଲୁଥିବା ବେଳେ ବେଲଗୁଣ୍ଠା ବନପାଳ ବବଲୁ ସେଠୀ ବନ କର୍ମଚାରୀ ମାନଙ୍କ ସହିତ ଚଢଉ କରି ତାକୁ ଗିରଫ କରିଥିଲେ।

ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଦୁଇଟି ବୋତଲରେ ଧରିଥିବା ୫୦ ଗ୍ରାମ୍ ବାରୁଦକୁ ମଧ୍ୟ ଜବତ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ବଳରାମକୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ କେସ୍ ନମ୍ବର ୧/୨୧-୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର