ଜନସମୁଦ୍ରରେ ପରିଣତ ଦିଲୀପଙ୍କ ରାଲି

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ହରିପୁର ଠାରୁ ଗୋପ ପର୍ଯ୍ୟନ୍ତ ବିଜେଡି ଦଳର ନିମାପଡ଼ାର ବିଧାୟକ ପ୍ରାର୍ଥୀ ଦିଲୀପ କୁମାର ନାୟକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡକ୍ଟର ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ବରେ ମୋଟର ସାଇକେଲ ରାଲି କରାଯାଇଛି। ଏହି ରାଲିରେ ୯ ହଜାରରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଓ ଚାରିଚକିଆ ଯାନ ୪୦ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦେଇଥିଲେ।

୧୮ ନମ୍ବର ଜୋନର କୁଞ୍ଜ ଲତା ସାମଲ, ସସ୍ମିତା ନାୟକ, ମାନସୀ ସେଠୀ, ପୁରୀ ଜିଲ୍ଲା ବିଜେଡି ଉପସଭାପତି ସତ୍ୟବାଦୀ ମହାପାତ୍ର, ବିଜେଡି ନେତା ପୂର୍ଣ୍ଣେଶ ସେନାପତି, ଏନ୍ ଏସି ଚେୟାରମେନ ସସ୍ମିତା ସାହୁ ପ୍ରମୁଖ ଏବଂ ୪୬ ପଞ୍ଚାୟତର କେତେକ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ। ଉଭୟ ପ୍ରାର୍ଥୀ ଏହି ସଭା ଯାତ୍ରାରେ ଯାଇ ଯୋଡ଼ି ଶଙ୍ଖକୁ ଜିତେଇବା ପାଇଁ ନିବେଦନ କରିଥିବାବେଳେ ନବୀନଙ୍କ ନିଷ୍ପତ୍ତିକୁ ନିମାପଡ଼ାବାସୀ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି ବୋଲି ସାଂସଦ ପ୍ରାର୍ଥୀ କହିଛନ୍ତି।

ସମ୍ବନ୍ଧିତ ଖବର