କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଂଚାୟତର ନିୟମଗିରି ଅଂଚଳରେ ଗୁରୁବାର ୪ଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଜନ ଆନ୍ଦୋଳନକୁ ଦୁର୍ବଳ କରି ନିୟମଗିରିକୁ ବେଦାନ୍ତ ହାତରେ ଟେକି ଦେବା ପାଇଁ ସରକାରଙ୍କ ଷଡ଼ଯନ୍ତ୍ର ପୂର୍ବକ ତ୍ରିଲୋଚନପୁରରେ ପୁଲିସ କ୍ୟାମ୍ପକୁ ପର୍ଦ୍ଦାଫାଶ କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Advertisment

publive-image

ପୁଲିସ କ୍ୟାମ୍ପ ବିରୋଧରେ ସଶସ୍ତ୍ର ପ୍ରତିରୋଧ ଆନ୍ଦୋଳନ ଗଢ଼ି ତୋଳନ୍ତୁ। ନିୟମଗିରିର ସମସ୍ତ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଜନତା ନିୟମଗିରିର ବେଦାନ୍ତ ବିରୋଧୀ ଜନ ଆନ୍ଦୋଳନକୁ ରାଷ୍ଟ୍ର ବିରୋଧୀ ସଶସ୍ତ୍ର ଆନ୍ଦୋଳନରେ ପରିବର୍ତ୍ତନ କରନ୍ତୁ। ନିୟମଗିରିରେ ଥିବା ପୁଲିସ କ୍ୟାମ୍ପକୁ ମାରି ଖେଦନ୍ତୁ। ନିୟମଗିରିକୁ ବଂଚାଇ ନିଜର ମା’, ମାଟି, ମାତୃଭାଷାକୁ ରକ୍ଷା କରନ୍ତୁ। ମାଓବାଦୀ ନାଁରେ ଜନତା ଓ ଜନ ଆନ୍ଦୋଳନ ଉପରେ ସରକାର ଚଳାଉଥିବା ଫାଶୀବାଦୀ ଆକ୍ରମଣ ଏବଂ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ କରନ୍ତୁ।

publive-image

ଏସଂପର୍କରେ ସମସ୍ତ ପ୍ରଗତିଶୀଳ, ବୁଦ୍ଧିଜୀବୀ, ଛାତ୍ର, ନୌଯବାନ, ପ୍ରକୃତିପ୍ରେମୀ ଆଗେଇ ଆସନ୍ତୁ। ନିଜର ସର୍ବନାଶ ପାଇଁ ଦଲାଲି ମୋବାଇଲ ନୁହେଁ, ଜୀବନ, ଜୀବିକା, ଭାଷା ସଂସ୍କୃତି ପାଇଁ ଟାଙ୍ଗିଆକୁ ଶତ୍ରୁ ଉପରକୁ ଉଠାନ୍ତୁ। ନିୟମଗିରି ଏବଂ ତା’ ଆଖପାଖ ଜନତା ନିଜର ସର୍ବନାଶକୁ ରୋକିବା ପାଇଁ ବନ୍ଧୁକ ଓ ଟାଙ୍ଗିଆ ଉଠାନ୍ତୁ।