ତେଲଙ୍ଗାନାରୁ ଫେରିଥିବା ୮୨ ପ୍ରବାସୀ ଶ୍ରମିକଙ୍କୁ ଖୋର୍ଦ୍ଧା; କଳାହାଣ୍ଡି ଓ ନବରଙ୍ଗପୁର ପଠାଇ‌ଲା ପ୍ରଶାସନ

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଜୋର ଧରିଥିବା ବେଳେ ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ପ୍ରବାସୀ ଶ୍ରମିକ ମାନେ ଏବେ ନିଜ ନିଜ ଜିଲ୍ଲାକୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଆଜି ୮୨ ଜଣ ପ୍ରବାସୀ ଶ୍ରମିକଙ୍କୁ କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଖାଇବା ପିଇବା ଆଦି ଦେଇ ସେମାନଙ୍କୁ ବସ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି। ଏହି ପ୍ରବାସୀ ଶ୍ରମିକ ମାନେ ଆନ୍ଧ୍ରର ତେଲଙ୍ଗାନାର ହାଇଦ୍ରାବାଦରୁ ମୋଟୁ ସୀମାନ୍ତ ପର୍ଯ୍ୟନ୍ତ ଗୋଟିଏ ବସରେ ଆସିଥିଲେ। ସେଠାରୁ ଆଉ ଗୋଟିଏ ବସ‌ରେ ‌ଜୟପୁର ପର୍ଯ୍ୟନ୍ତ ଆସିଥିଲେ। ଜୟପୁର ନୂଆବସଷ୍ଟାଣ୍ଡ ଠାରେ ଏହି ୮୨ ଜଣ ଶ୍ରମିକଙ୍କୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ବସ ଆଦିର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା।

Sambad

ଉପଜିଲ୍ଲାପାଳ ହେମକାନ୍ତ ସୟ ଓ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ପାଖରେ ରହି ଏମାନଙ୍କୁ ପଠାଇଥିଲେ। ଏକ ସ୍ବତନ୍ତ୍ର ବସରେ ୫୩ ଜଣଙ୍କୁ ଖୋର୍ଦ୍ଧା ପର୍ଯ୍ୟନ୍ତ ପଠାଯାଇଥିଲା। ଏହି ୫୩ ଜଣଙ୍କ ମଧ୍ୟରେ ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦ୍ରପଡା, ପୁରୀ, କଟକ ଆଦି ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଗୋଟିଏ ବସରେ ଖୋର୍ଦ୍ଧା ପର୍ଯ୍ୟନ୍ତ ପଠାଯାଇଥିଲା।

ସେଭଳି ଆଉ ୮ ଜଣ ନବରଙ୍ଗପୁର ଓ ୧୩ ଜଣ କଳାହାଣ୍ଡିର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଜିଲ୍ଲପ୍ରଶାସନ ପଠାଯାଇଥିବା ଗାଡିରେ ପଠାଯାଇଥିବା ଉଭୟ ଅଧିକାରୀ କହିଛନ୍ତି। ଏହି ପ୍ରବାସୀ ଶ୍ରମିକ ମାନେ ଫେରିବା ପରେ ଆରଟିପିସିଆର୍ ଟେଷ୍ଟ କରିବେ। ପଜିଟିଭ୍ ଆସିଲେ ୧୪ ଦିନିଆ ସଂଗରୋଧରେ ରହିବେ ଏବଂ ନେଗେଟିଭ୍ ଆସିଲେ ୭ ଦିନିଆ ସଂଗରୋଧରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ସମ୍ବନ୍ଧିତ ଖବର