ତେଲ ଟ୍ୟାଙ୍କରରେ ଚୋରାଚାଲାଣ ବେଳେ ସମ୍ବଲପୁରରୁ ୮୫୦ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ସମ୍ବଲପୁର ସହରର ଅଇଁଠାପାଲି ଛକରୁ ୮୫୦ କିଲୋଗ୍ରାମ୍ ଓଜନର ଗଞ୍ଜେଇ ଜବତ କରାଯାଇଛି। ଏକ ଟାଟା ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ କରାଯାଇଥିବା ସହ ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଏନସିବି ସବ୍ ଜୋନ୍ ଭୁବନେଶ୍ୱର ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାମ ସାଗର ସିଂହ(୬୦) ଓ ସନ୍ତୋଷ ରାୟ (୨୮)। ଉଭୟଙ୍କ ଘର ପଶ୍ଚିମବଙ୍ଗରେ। ଏଦୁହେଁ ଆନ୍ଧ୍ରପ୍ରଦେଶର ବିଜୟନଗରମର ସାଲୁରରୁ ରାଉରକେଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।

 

ସମ୍ବନ୍ଧିତ ଖବର