ବାଲିପାଟଣାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ବାଲିପାଟଣା : ଆଜି ପବିତ୍ର ଦେବସ୍ନାନ ପୁର୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ମହାସ୍ନାନ ଯାତ୍ରା ଓ ଗଜାନନ ବେଶ ସମ୍ପନ୍ନ ହୋଇଛି। ଏହି ଅବସରରେ ବାଲିପାଟଣାର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ସ୍ନାନ ଯାତ୍ରା ପାଳନ ହୋଇଛି। ଶିଶୁମଠ ସାହି ସ୍ଥିତ ଶ୍ରୀମୁର୍ତି ଦେବ ବା ମଦନ ମୋହନଙ୍କ ମନ୍ଦିର, ବାଲିପାଟଣା ବଜାର ଜଗନ୍ନାଥ ମନ୍ଦିର, ଭୈରିପୁର ଗ୍ରାମର ଜଗନ୍ନାଥଙ୍କ ମନ୍ଦିରରରେ ଯଥା ରୀତିନୀତି ଅନୁସାରେ କୋଭିଡ କଟକଣା ଭିତରେ ପର୍ବ ପାଳନ ହୋଇଛି।

ସ୍ନାନ ମଣ୍ଡପରେ ମଣ୍ଡପରେ ମହାପ୍ରଭୁଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହା ପରେ ବିଧି ମୁତାବକ ପୂଜା ଅର୍ଚନା ଓ ଗଜବେଶ ସମ୍ପନ୍ନ ହୋଇଛି। ବାଲିପାଟଣାର ମଦନ ମୋହନ ଦେବ ଏବଂ ଭୈରିପୁର ଜଗନ୍ନାଥ ମନ୍ଦିର ବହୁ ପୁରାତନ ଅଟେ। ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପରେ ରାଜା ପ୍ରତାପରୁଦ୍ର ଦେବ ଶ୍ରୀମନ୍ଦିର ଅବଢ଼ା ଖଳାରେ ପୂଜା ପାଉଥିବା ଶ୍ରୀମୁର୍ତି ଦେବଙ୍କ ଦାରୁ ବିଗ୍ରହ ଶିଶୁ ଅନନ୍ତଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ପୂର୍ବରୁ ଏଠାରେ ରଥ ଯାତ୍ରା ହେଉଥିଲା। ମାତ୍ର କାଳକ୍ରମେ ଏହା ବନ୍ଦ ହୋଇଯାଇଛି ।

 

ସମ୍ବନ୍ଧିତ ଖବର