/* */

ରାଜା ଓ ବୈରାଗୀ

କଥାଟିଏ - ଯାଯାବର

ଜଣେ ରାଜା ନିଜର ମନ୍ତ୍ରୀଙ୍କ ସହିତ ଏକ ଦୂର ତୀର୍ଥ ସ୍ଥଳକୁ ଯାତ୍ରା କଲେ। ତୀର୍ଥ ସ୍ଥଳ ପରିଦର୍ଶନ ପରେ ରାଜା ବିଚାର କଲେ ଯେ ସେଇ ସ୍ଥାନରେ ରହୁଥିବା ଜଣେ ପ୍ରସିଦ୍ଧ ସାଧୁଙ୍କ ସହିତ ସାକ୍ଷାତ କରିବେ। ସୁତରା˚, ରାଜା ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ।

ଆଶ୍ରମରେ ସାଧୁ ଭୂମି ଉପରେ ବସିଥିଲେ। ରାଜା ତାଙ୍କୁ ପ୍ରଣାମ ଜଣାଇବା ପରେ ସେଠାରେ ଛିଡ଼ା ହୋଇ ରହିଲେ।
କିଛି ସମୟ ପରେ ସାଧୁ କହିଲେ- ମହାରାଜ, ବସି ପଡ଼ନ୍ତୁ।

ରାଜା ଇତଃସ୍ତତଃ ହେବାରେ ଲାଗିଲେ। କାରଣ ବସିବା ଲାଗି ତାଙ୍କୁ କୌଣସି ଆସନ ଦିଆଯାଇ ନ ଥିଲା।

ସାଧୁଙ୍କ ଠାରୁ ଏହା ଶୁଣିବା ପରେ ମନ୍ତ୍ରୀ କହିଲେ- ମହାତ୍ମା, ରାଜ୍ୟର ରାଜା ଉପବେଶନ କରିବା ଲାଗି କୌଣସି ଆସନର ବ୍ୟବସ୍ଥା କରନ୍ତୁ।

ସାଧୁ କହିଲେ- ଏହା ଏକ ବୈରାଗୀର ଆଶ୍ରମ। ଏଠାରେ ରାଜାଙ୍କ ସୁଲଭ ଆସନ ଆସିବ କାହୁଁ? ଏଠାକୁ ଆସିବା ପୂର୍ବରୁ ଏ କଥା ଚିନ୍ତା କରିଥିଲେ ଆପଣ ସାଙ୍ଗରେ ଆସନଟିଏ ନେଇ ଆସି ପାରିଥାଆନ୍ତେ।

ରାଜା କହିଲେ- ମହାତ୍ମା, ଆମେ ଏବେ ଯାତ୍ରାରେ ଅଛୁ। ଯାତ୍ରୀ ପାଖରେ ଆସନ କେମିତି ଆସିବ?

ସାଧୁ କହିଲେ- ମହାରାଜ, ଆପଣଙ୍କ ଭଳି ମୁଁ ବି ଜଣେ ଯାତ୍ରୀ। ଜୀବନ ଯାତ୍ରାରେ ଅଧାରୁ ଅଧିକ ବାଟ ଆସି ସାରିଲିଣି। ତେଣୁ ମୋ ପାଖରେ ବି ଆସନ ନାହିଁ।

ସମ୍ବନ୍ଧିତ ଖବର