ସୁଯୋଗର ସୁବିନିଯୋଗ

କଥାଟିଏ-ଯାଯାବର

ଜଣେ ଦରିଦ୍ର ଲୋକ ଥିଲା। ଦାରିଦ୍ର୍ୟ ତାକୁ ଏମିତି ଦୁଃଖ ଦେଲା ଯେ ଦିନେ ସେ ପାଖ ଜଙ୍ଗଲ ଭିତରକୁ ଚାଲିଗଲା ଏବ˚ ଭାବିଲା ବର˚ ବାଘଭାଲୁ ଖାଇ ଯାଆନ୍ତୁ ଚଳିବ, କିନ୍ତୁ ଏଭଳି ଦରିଦ୍ର ହୋଇ ଚଳି ହେବନାହିଁ। କିନ୍ତୁ ବାଘ ଭାଲୁ ତାକୁ ଦେଖିବା ପୂର୍ବରୁ ଜଙ୍ଗଲରେ ରହୁଥିବା ଜଣେ ଯକ୍ଷ ତାକୁ ଦେଖିଦେଲେ ଏବ˚ ତା’ର ଦୁଃଖର କାରଣ ଜାଣି ସେ ତାକୁ ମାଠିଆଟିଏ ଦେଇ କହିଲେ- ଏଇ ମାଠିଆଏ ସୁନା ମୋହର ନେ। ତୋ ଦାରିଦ୍ର୍ୟ ଘୁଞ୍ଚିଗଲା ବୋଲି ଜାଣ। କିନ୍ତୁ ସାବଧାନ ରହିବୁ।
ଲୋକଟି ମନଖୁସିରେ ସୁନା ମୋହର ତକ ଧରି ଫେରିଲା ଓ ସ୍ତ୍ରୀକୁ ସବୁ କଥା କହିଲା। ସ୍ତ୍ରୀ କହିଲା- ଦେଖ ଭାବିଚିନ୍ତି ଖର୍ଚ୍ଚ କରିବ। ଏଣୁତେଣୁ କଥାରେ ବାଇ ହେବ ନାହିଁ।
ଲୋକଟି କହିଲା- ନିର୍ବୋଧ, ଏହାକୁ କେମିତି ଖର୍ଚ୍ଚ କରାଯିବ, ତାହା ମୁଁ ଜାଣେ। ପ୍ରଥମେ ଭଲ ଘର ଖଣ୍ତେ ତୋଳିବା।
ଏହା ଶୁଣି ସ୍ତ୍ରୀ କହିଲା- ତୁମ ମୁଣ୍ତ ସଇତାନର ଘର କି? ଘର ତୋଳିବା କଥା କାହିଁକି ଚିନ୍ତା କରୁଛ? ଆମେ ଯେମିତି ଅଛେ ଠିକ୍‌ ଅଛେ। ଏ ସ˚ପତ୍ତିକୁ ଠିକଣା ଭାବେ ବିନିଯୋଗ କରି ଭଲରେ ଚଳିବା। କିନ୍ତୁ ଲୋକଟି କିଛି ଶୁଣିଲା ନାହିଁ।
ଘର ତିଆରି ଚାଲିଲା, କିନ୍ତୁ ସରିଲା ନାହିଁ। କାରଣ ଲୋକଟିର ମନ ପାଇଲା ନାହିଁ। ଗଢ଼ି, ଭାଙ୍ଗି ଓ ଯୋଡ଼ି ଶେଷରେ ଯେତେବେଳେ କୌଣସିମତେ ଘର ତିଆରି ସରିଲା, ଦେଖାଗଲା ମାଠିଆ ଖାଲି ହୋଇଯାଇଛି।
ଲୋକଟି କହିଲା- ମୁଁ ଆଉ ଥରେ ଯାଏ। ପୁଣି କାଳେ ମୋ‌େତ ସୁନା ଭରା ମାଠିଆଟିଏ ମିଳିବ!
ତା’ ସ୍ତ୍ରୀ କହିଲା- ଏଥର ଆଉ ମିଳିବ ନାହିଁ। କାରଣ ସୁଯୋଗ ଥରେ ମିଳେ। ତା’ର ସୁବିନିଯୋଗ ନ କଲେ ଚିର ଦିନ ଲାଗି ହାତ ଖାଲି ହୋଇ ରହିଯାଏ।

ସମ୍ବନ୍ଧିତ ଖବର