ଜେନ୍ ଗୁରୁ ନେନେ ଯେତେବେଳେ ତରୁଣ ଥିଲେ, ସତ୍ୟର ସନ୍ଧାନରେ ବାହାରି ଜଣେ ଗୁରୁଙ୍କ ନିକଟରେ ପହଞ୍ଚିଲେ। ଗୁରୁ ଜଣକ ଏକ ନିକାଞ୍ଚନ ସ୍ଥାନରେ ଏକୁଟିଆ ରହୁଥିଲେ। ନେନେଙ୍କୁ ତାଙ୍କ ଠିକଣା ବହୁ କଷ୍ଟରେ ମିଳିଥିଲା। ନେନେ ତାଙ୍କ ଠାରେ ପହଞ୍ଚି ଶିଷ୍ୟତ୍ବ ଭିକ୍ଷା କଲେ।
ଗୁରୁ ପଚାରିଲେ- କାହିଁକି ଶିଷ୍ୟ ହେବାକୁ ଚାହୁଁଛ?
ନେନେ କହିଲେ- ମୁଁ ସତ୍ୟକୁ ଜାଣିବା ଲାଗି ଆଗ୍ରହୀ। ସେଥି ଲାଗି ଜଣେ ଦିଗଦର୍ଶକ ଲୋଡ଼ା।
ପୁରୁ ପୁଣି ପଚାରିଲେ- ସତ୍ୟକୁ ଜାଣିବା ଲାଗି ଚାହଁ ନା ସତ୍ୟ ବାବଦରେ ଜାଣିବାକୁ ଚାହଁ?
େନନେଙ୍କ ମୁଣ୍ଡକୁ ଏଭଳି ବିଚାର କେବେ ଆସି ନ ଥିଲା। ଏବେ ସେ ବୁଝି ପାରୁଥିଲେ ଯେ ବୋଧହୁଏ ସେ ସତ୍ୟ ସମ୍ବନ୍ଧରେ ଜାଣିବାକୁ ଚାହିଁ ଏଠାକୁ ଆସିଛନ୍ତି!
ଗୁରୁ କହିଲେ- ଦେଖ ଯଦି ସତ୍ୟ ସମ୍ବନ୍ଧରେ ଜାଣିବାକୁ ଚାହଁ, ତେବେ ତାହା ବହୁତ ସହଜ। ଅନେକ ଶାସ୍ତ୍ର, ପୋଥି ଓ ଜ୍ଞାନ ସେଥି ଲାଗି ରହିଛି। ସେଥି ଲାଗି ତୁମେ ମୋର ଶିଷ୍ୟ ହେବାର ଆବଶ୍ୟକତା ନାହିଁ। ଆଉ ଯଦି ସତ୍ୟ କ’ଣ ବୋଲି ଜାଣିବାକୁ ଚାହଁ; ତେବେ ଏଠାରେ ରହ। ଏହା ଅନୁଭବର କଥା, ଜ୍ଞାନର କଥା ନୁହେଁ। ମୁଁ ଯାହା କହିବି ତାହା କରିବ। କେବେ ହେଲେ ପ୍ରଶ୍ନ କରିବ ନାହିଁ। ଏହି ମାର୍ଗ ବହୁତ ଦୀର୍ଘ ଓ ଅତି କଠିନ। ଏଣିକି ତୁମ ଇଚ୍ଛା।
ଗୁରୁଙ୍କ ପ୍ରଥମ ପ୍ରଶ୍ନରେ ହିଁ ନେନେଙ୍କ ଚୈତନ୍ୟ ଉଦୟ ହୋଇ ସାରିଥିଲା। ସେ କହିଲେ ସତ୍ୟ ସମ୍ବନ୍ଧେର ନୁହେଁ, ସତ୍ୟକୁ ଜାଣିବା ଲାଗି ମୁଁ ଚାହେଁ। ମୁଁ ଏବେ ଆପଣଙ୍କ ଚରଣାଶ୍ରିତ।
ପୂର୍ବବର୍ତ୍ତୀ ଖବର
ବଢ଼ିଲା ବ୍ରାହ୍ମଣୀ ଜଳସ୍ତର, ମନ୍ଦିରା ଡ୍ୟାମ୍ରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ