ପୁଅ ସହ ବାହାରକୁ ଆସିଥିବା ବେଳେ ମଲାଇକାଙ୍କୁ ପଛ ପଟୁ ଧକ୍କା ଦେଲେ ଭିଡିଓଗ୍ରାଫର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ପୁଅ ସହ ବାହାରକୁ ଆସିଥିବା ବେଳେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ପଛ ପଟୁ ଧକ୍କା ଦେଲେ ଫ‌ଟୋଗ୍ରାଫର। ଭାଇରାଲ ହେଲା ଭିଡିଓ। ଅନେକ ସମୟରେ ମଲାଇକାଙ୍କ ଚାଲିବା ଶୈଳୀର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ତାଙ୍କ ସହ ଘଟିଥିବା ଆଉ ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ‌ଯେ, ଏକାଧିକ ଫଟୋଗ୍ରାଫର ଓ ଭିଡିଓଗ୍ରାଫରଙ୍କୁ ଦେଖିବା ପରେ ମଲାଇକା ଆଗକୁ ବଢ଼ିବା ପାଇଁ ବାଟ ଖୋଜୁଛନ୍ତି। ଏହା ପରେ ମଲାଇକାଙ୍କ ପଛପଟେ ଥିବା ଜଣେ ଭିଡିଓଗ୍ରାଫର ତାଙ୍କର ଭିଡିଓ ନେବା ପାଇଁ ଆଗକୁ ଆସିବା ପରେ ଭିଡିଓଗ୍ରାଫରଙ୍କ ଗୋଡ଼ ଖସି ଯାଉଛି। ଏଥିପାଇଁ ସେ ମଲାଇକାଙ୍କ ସହ ଧକ୍କା ଖାଉଛନ୍ତି। ହଠାତ୍ ଏଭଳି ହେବା ପରେ ଚମକି ପଡ଼ୁଛନ୍ତି ମଲାଇକା। ଭିଡିଓଗ୍ରାଫରଜଣକ ତୁରନ୍ତ କ୍ଷମା ପ୍ରାର୍ଥନା କରୁଥିବା ବେଳେ ଯତ୍ନବାନ ହେବାକୁ କହୁଛନ୍ତି ମଲାଇକା। ଏହା ପରେ ସେ ନିଜ ପୁଅ ସହ ଲିପ୍ଟ ଭିତରକୁ ଚାଲିଯାଉଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଏହା ପୂର୍ବରୁ ମଲାଇକାଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସ୍ତ୍ରୀ ଭାବି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ହାତ ଧରିପକାଇଥିଲେ ପ୍ରଯୋଜକ। ମଲାଇକା, ପ୍ରଯୋଜକ ରିତେଶ ସିଦ୍ଧୱାନି ଓ ତାଙ୍କ ପତ୍ନୀ ଡଲି ପାର୍ଟୀ ଶେଷ କରି ଆସୁଥିବା ବେଳେ ଫଟୋ ନେବା ପାଇଁ ଫଟୋଗ୍ରାଫରମାନେ ଆସିଥିଲେ। ୩ଜଣ ଫଟୋଗ୍ରାଫରଙ୍କୁ ଫଟୋ ଦେବା ପରେ ରି‌ତେଶ ଫୋନରେ କଥା ହେବା ସହ ଭୁଲରେ ପତ୍ନୀ ବୋଲି ଭାବି ମଲାଇକାଙ୍କ ହାତ ଧରି ପକାଇଥିଲେ। ହେଲେ ପରେ ନିଜ ଭୁଲ ଜାଣିପାରି ସେ ପତ୍ନୀ ଡଲିଙ୍କ ହାତ ଧରିଥିଲେ।

ସମ୍ବନ୍ଧିତ ଖବର