ମୁମ୍ବାଇ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ବଡ଼ ଧୁମ୍ଧାମରେ ଦୀପାବଳି ମନାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଦୀପାବଳି ଅବସରରେ ବଚ୍ଚନ ପରିବାରରେ ପାଳନ କରାଯାଇଛି ଗ୍ରାଣ୍ଡ୍ ପାର୍ଟି। ବଚ୍ଚନଙ୍କ ଜଲ୍ସା ବଂଗଳାରେ ଅନେକ ବଲିଉଡ୍ ତାରକା ଏକତ୍ରିତ ହୋଇ ଦୀପାବଳି ପାଳନ କରିଛନ୍ତି।
ଏହି ପାର୍ଟିରେ ସୁପର୍ଷ୍ଟାର୍ ଶାହାରୁଖ୍ ଖାନ, କ୍ୟାଟ୍ରିନା କୈଫ୍, କରୀନା କପୁର୍, ଅନୁଷ୍କା ଶର୍ମା, ସାଗରୀକା, ଜରିନା ଖାନ, ବିପାଶା ବାଶୁ ଓ ଆହୁରି ଅନେକ ବଲିଉଡ୍ ଷ୍ଟାର୍ ଉପସ୍ଥିତି ହୋଇଥିଲେ। ଏମାନଙ୍କ ବ୍ୟତୀତ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି, ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଆଦି ଦେଖିବାକୁ ମିଳିଛନ୍ତି।
ତେବେ, ଏହି ପାର୍ଟିର ଆକର୍ଷଣ ସାଜିଥିବା ଯୁବ ନାୟିକା ସାରା ଆଲ୍ଲୀ ଖାନ ଓ ଜାହ୍ନବୀ କପୁର୍। ଏମାନଙ୍କ ବ୍ୟତୀତ ତାପସୀ ପାନ୍ନୁ, କ୍ରିତି ସାନନ, ବରୁଣ ଧାଓ୍ଵନ, ରାଜ କୁମାର ରାଓ, କରଣ ସିଂହ ଗ୍ରୋଭର୍ ବି ଦେଖିବାକୁ ମିଳିଥିଲେ ଏହି ପାର୍ଟିରେ। ଅଭିନେତ୍ରୀ ବିପାଶା ବଚ୍ଚନ ପରିବାର ସଦସ୍ୟଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଅନ୍ୟ ସମସ୍ତଙ୍କ ଫଟୋ ବି ଇଣ୍ଟର୍ନେଟ୍ରେ ଦେଖିବାକୁ ମିଳିଛି।