ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି?

ନୂଆଦିଲ୍ଲୀ: ଏବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ମହେଶ ବାବୁ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ଅଭିନେତା ମହେଶ। ତାଙ୍କର ଏଭଳି ବୟାନ ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିବା ବେଳେ ଗୋଟିଏ ଫିଲ୍ମ ପାଇଁ ସେ କେତେ ଟଙ୍କା ନିଅନ୍ତି? ତାହା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ମହେଶ ବାବୁଙ୍କ ୩୨ନିୟୁତ ସମ୍ପତ୍ତିର ମାଲିକ ଅଟନ୍ତି, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୨୪୪ କୋଟି ଅଟେ। ମହେଶ ବାବୁ ଅଧିକାଂଶ ରୋଜଗାର ଚଳଚ୍ଚିତ୍ର ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କରିଥାନ୍ତି। ସେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଟଙ୍କା ନେବା ସହ ରିଲିଜ୍ ପରେ ଫିଲ୍ମ କରୁଥିବା ଲାଭର ଅଂଶ ମଧ୍ୟ ନେଇଥାନ୍ତି। ମହେଶ ବାବୁ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରୁ ପ୍ରାୟ ୫୫ କୋଟି ରୋଜଗାର କରନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅଭିନେତାଙ୍କ ଲୋକପ୍ରିୟତା ବୃଦ୍ଧି ସହ ତାଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି ପାଇଛି। ସେ ବର୍ତ୍ତମାନ ଗୋଟିଏ ଚଳଚ୍ଚିତ୍ର ପାଇଁ ୮୦ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ଚର୍ଚ୍ଚା ହେଉଛି।

aajtak

ଉଲ୍ଲେଖଯୋଗ୍ୟ, ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।

ସମ୍ବନ୍ଧିତ ଖବର