ବିଚାରବିଭାଗୀୟ ହାଜତକୁ ଗଲେ ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ

ଜୟପୁର: ଭିଜିଲାନସ୍ ହାତରେ ସୋମବାର ଲକ୍ଷାଧିକ ଟଙ୍କା ସହ ଧରା ପଡ଼ିଥିବା ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ଆଜି ଭିଜିଲାନସ ଗିରଫ କରିବା ସହ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟକୁ ଚାଲାଣ କରିଛି। ଏଠାରେ ତାଙ୍କୁ ବିଚାରବିଭାଗୀୟ ହାଜତରେ ରହିବାକୁ ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପିପି ଏମ୍ ବାଲାଜୀରାଓ। ତାଙ୍କୁ ଜୟପୁର ଉପଖଣ୍ଡକାରାଗାରକୁ ପଠାଯାଇଛି।

ସୂଚନାଯୋଗ୍ୟ, ସୋମବାର ଭିଜିଲାନସ୍ ଅଧିକାରୀମାନେ ମାଝୀଗୁଡା ନିକଟରୁ ୨ଲକ୍ଷ ୨୦ହଜାର ଟଙ୍କା ସହ ତାଙ୍କୁ ଧରିଥିଲେ। ତା ପରେ ନବରଙ୍ଗପୁର ମାଝୀଗୁଡା ଡ୍ରିମକଲୋନୀ ଭଡ଼ା ଘରେ ଏକ ଲକ୍ଷ ଓ ଭୁବନେଶ୍ବର ବିଜିପୁର ତମାଣ୍ଡୋ ଘରେ ୩ଲକ୍ଷ ୫୦ହଜାର ଟଙ୍କା ଭିଜିଲାନସକୁ ମିଳିଥିଲା। ଏହା ସହ ଭୁବନେଶ୍ବରରେ ୨ମହଲା, ପୁରୀରେ ୩ମହଲା କୋଠା, ୯ଟି ପ୍ଲଟ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧାରେ ରହିଥିବା ବି ଚିହ୍ନଟ ହୋଇଥିଲା। ତାଙ୍କ ନାଁରେ ରହିଥିବା ଆନ୍ଧ୍ର ବ୍ୟାଙ୍କ, ଆଇସିଆଇସିଆଇ, ଏକ୍ସିସ୍, ଏସବିଆଇ ଆଦି ବ୍ୟାଙ୍କର ଆକାଉଣ୍ଟ ସଂପର୍କରେ ପଚାରାଉଚାରା କରାଯାଇଥିବା କହିଛନ୍ତି ଭିଜିଲାନସ୍ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ। ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ ଗୁଡିକର ବି ଯାଂଚ ଚାଳିଥିବା କହିଛନ୍ତି ଡିଏସପି।

ସମ୍ବନ୍ଧିତ ଖବର