ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ସିନେମାରେ ଏହି ଅଭିନେତା ମୋଦିଙ୍କ ଭୂମିକାରେ ନଜର ଆସିବେ

ମୁମ୍ବାଇ: ବଲିଉଡରେ ଏବେ ବାୟୋପିକ ପ୍ରସ୍ତୁତ କରିବାର ଋତୁ ଚାଲିଛି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନକୁ ନେଇ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମଟି ୨୦୧୯ ଜାନୁୟାରୀ ୧୧ତାରିଖରେ ରିଲିଜ ହେବାକୁ ଯାଉଥିବାବେଳେ ଏବେ ଖବର ଆସୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନିକୁ ନେଇ ଏକ ବାୟୋପିକ ପ୍ରସ୍ତୁତ ହେବାକୁ ଯାଉଛି।

ପ୍ରକାଶିତ ଖବର ଅନୁଯାୟୀ, ଏହି ସିନେମାର ସୁଟିଂ ୨୦୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି। ଫିଲ୍ମର ସୁଟିଂ ଦିଲ୍ଲୀ ବ୍ୟତୀତ ଗୁଜୁରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବ ବୋଲି ଶୁଣିବାକୁ ମିଳୁଛି। ମୋଦିଙ୍କ ଜୀବନକୁ ବନୁଥିବା ଏହି ସିନେମାରେ ବଲିଉଡ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ କିନ୍ତୁ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଉମଙ୍ଗ କୁମାର । ଗତ ଦେଢ଼ବର୍ଷ ହେବ ଉମଙ୍ଗ ସିନେମା ଟିମ୍‌ ସହିତ ଏହାର କାହାଣୀକୁ ନେଇ କାମ କରୁଛନ୍ତି।

 

ସମ୍ବନ୍ଧିତ ଖବର