ମୀରାଙ୍କ ପାଇଁ ପାସ୍ତା ରାନ୍ଧିଲେ ସାହିଦ କପୁର

ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମ୍‌ରେ ପାସ୍ତାର ଏକ ‌ଫଟୋ ସେୟାର କରିବା ସହ ଲେଖିଛନ୍ତି, ‌ସାହିଦଙ୍କ ଦ୍ବାରା ପ୍ରସ୍ତୁତ ସବୁଠୁ ସ୍ବାଦିଷ୍ଟ ପାସ୍ତା ସେ ଆଜି ଖାଇଛନ୍ତି। ନିଜ ସ୍ବାମୀଙ୍କ ହାତରେ ଦୀର୍ଘ ୫ବର୍ଷ ପରେ ସେ ଏହି ପାସ୍ତାର ମଜା ନେଇଛନ୍ତି।

ଲକ୍‌ଡାଉନ୍‌ ଲାଗୁ ହେବା ପୂର୍ବରୁ ସାହିଦ ‘ଜର୍ସି’ ଫିଲ୍ମର ସୁଟିଂରେ ପଞ୍ଜାବରେ ବ୍ୟସ୍ତ ଥିଲେ। ବର୍ତମାନ ସେ ପତ୍ନି ମୀରା ଓ ତାଙ୍କର ପିଲା ମିଶା ଓ ଜୈନଙ୍କ ସହ କ୍ବାରାଣ୍ଟିନରେ ଅଛନ୍ତି। ନିକଟରେ ଏହି ଦମ୍ପତି ବାହାରେ ଏକାଠି ଖାଉଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଟ୍ବିଟରରେ ନିଜ ପ୍ରଶଂସକଙ୍କ ଉତ୍ତର ଦେଇ ସାହିଦ କହିଥିଲେ, ମୁଁ କ୍ବାରାଣ୍ଟିନରେ ବାସନ ମାଜିବାର ଦାୟିତ୍ବ ନେଇଛି।

ସମ୍ବନ୍ଧିତ ଖବର