ଜନ୍ତୁଙ୍କଠାରେ ଚୀନ୍‌ର କୋଭିଡ ଟିକା ସଫଳ

ବେଜିଂ: ଚୀନ୍ ବିଶେଷଜ୍ଞମାନଙ୍କ ଦ୍ବାରା ଏକ ଭିନ୍ନ ନିଷ୍କ୍ରିୟ ଟିକାକୁ ପରୀକ୍ଷାମୂଳକ ଭାବେ ମହାମାରୀ କୋଭିଡ୍–୧୯ ପାଇଁ ବିକଶିତ କରାଯାଇଥିବା ବେଳେ ତାହା ପଶୁଙ୍କଠାରେ ପ୍ରୟୋଗ ପରେ ଆଶାନୁରୂପ ଫଳାଫଳ ମିଳିଥିବା ଜଣାଯାଇଛି। ମୂଷା, ଚୁଚୁନ୍ଦ୍ରା, ଘୁଷୁରି ଓ ଠେକୁଆଙ୍କ ପରି ବିଭିନ୍ନ ପଶୁଙ୍କ ଠାରେ ସଂକ୍ରମିତ ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨କୁ ପ୍ରତିହତ କରିବାରେ ‘ବିବିଆଇବିପି–କୋର୍ଭି’ ନାମକ ଏହି ନୂତନ ଟିକା ବେଶ ଫଳପ୍ରଦ ହୋଇଛିି ବୋଲି କୁହାଯାଇଛିା ଏପରିକି ମନୁଷ୍ୟ ଶରୀରରେ ହେବାକୁ ଥିବା ଏହାର ପ୍ରାକ୍ ନୈଦାନିକ ପରୀକ୍ଷଣ ସ୍ବରୂପ ରେଜସ୍‌ ମାକାକ୍ସ ନାମକ ସ୍ବତନ୍ତ୍ର ପ୍ରଜାତିର ମାଙ୍କଡ଼ଙ୍କ ଠାରେ ମଧ୍ୟ ଆଶାନୁରୂପ ଫଳ ପ୍ରଦାନ କରିଛି।

ସାଧାରଣତଃ ନିଷ୍କ୍ରିୟ ଟିକାଗୁଡି଼କରେ କୌଣସି ରୋଗ ବା ସଂକ୍ରମଣ ସୃଷ୍ଟିକାରୀ ଜୀବାଣୁକୁ ମାରିଦେଉଥିବା ଗୁଣକୁ ବିନିଯୋଗ କରାଯାଇଥାଏ। ତେବେ ‘ବିବିଆଇବିପି–କୋର୍ଭି’କୁ କରୋନା ସଂକ୍ରମିତ ପଶୁଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରି ଦେଖାଯାଇଥିିଲା କି ଏହା ସେମାନଙ୍କ ଶରୀରରେ ବହୁମାତ୍ରାରେ ରୋଗପ୍ରତିରୋଧକ ବଡ଼ାଇବାରେ ସକ୍ଷମା ସେହିପରି ଏହାର ଗବେଷକମାନଙ୍କ କହିବା କଥା, ଏହି ଟିକାକୁ ବ୍ୟାପକ ପରିମାଣରେ ପ୍ରସ୍ତୁତ କରିବାରେ ମଧ୍ୟ କୌଣସି ଝାମେଲା ନାହିଁ ଏବଂ ଏହାର ବଂଶାନୁକ୍ରମିକ ସ୍ଥିରତା ମଧ୍ୟ ବଜାୟ ରହୁଛି। ସୁତରାଂ ଗତ ଏପ୍ରିଲ ବେଳକୁ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ଲାଭ କରିଥିବା ଏହି ଟିକାକୁ ଖୁବ୍ ଶୀଘ୍ର ମନୁଷ୍ୟଙ୍କ ଠାରେ ପ୍ରୟୋଗ କରାଯିବ ବୋଲି ଏହାର ପ୍ରସ୍ତୁତକର୍ତ୍ତା ତାଇନା ନାସନାଲ୍ ବାୟୋଟେକ୍ ଗ୍ରୁପ୍ ପକ୍ଷରୁ ଆଶା କରାଯାଇଛିା ସେହିପରି ଆସନ୍ତା ଶୀତଋତୁ ପୂର୍ବରୁ ଚୀନ୍‌ରେ ଜରୁରୀକାଳୀନ ବ୍ୟବହାର ପାଇଁ ଏକ କୋଭିଡ୍ ଟିକା ଉପଲବ୍ଧ ହୋଇପାରିବ ବୋଲି ଦେଶର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଝୋଙ୍ଗ୍ ନାଂସାନ୍ ଦାବି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚୀନ୍ରେ ୫ ପ୍ରକାର ଟିକା ବିକଶିତ କରାଯାଉଛିା ସୁତରାଂ କରୋନାଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍ ହିଁ ଏହାକୁ ମୁକାବିଲା କରିବାରେ ପ୍ରଥମ ରାଷ୍ଟ୍ର ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତିା

ସମ୍ବନ୍ଧିତ ଖବର