ଦେଶର ୬୯ ଜିଲ୍ଲାରେ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ: ୧୩ ରାଜ୍ୟର ୬୯ଟି ଜିଲ୍ଲାରେ ଜାତୀୟ ମୃତ୍ୟୁହାର ତୁଳନାରେ ଅଧିକ ମୃତ୍ୟୁ ହେଉଛି । ଜାତୀୟ ମୃତ୍ୟୁହାର ୨.୯୦ ପ୍ରତିଶତ ଥିବା‌ବେଳେ ମେ’ ୧୮ ପରଠାରୁ ୬୯ଟି ଜିଲ୍ଲାରେ ମୃତ୍ୟୁହାର ୫ ପ୍ରତିଶତରୁ ଅଧିକ ରହିଛି। ଏହା ଜାତୀୟ ମୃତ୍ୟୁହାରଠାରୁ ବହୁତ ଅଧିକ ରହିଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ମେ’ ୧୮ ତାରିଖରେ ଜାତୀୟ ମୃତ୍ୟୁହାର ୨.୯୬ ପ୍ରତିଶତ ଥିବାବେଳେ ଏବେ ଏହା କମିଛି। ଜାତୀୟ ମୃତ୍ୟୁହାର ଏବେ ୨.୯୦ ପ୍ରତିଶତ ରହିଛି। ଜୁନ୍‌ ୯ ସୁଦ୍ଧା‌ ଦେଶରେ କରୋନା ସ୍ଥିତି ସମ୍ପର୍କରେ ବିସ୍ତୃ୍ତ ବିବରଣୀ ଦେଇ କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଏହି ସୂଚନା ଦେଇଛନ୍ତି। ଗୌବା କହିଛନ୍ତି, ସମସ୍ତ ମୃତ୍ୟୁର ୮୨ ପ୍ରତିଶତ ୫ ଟି ରାଜ୍ୟ ତଥା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରୁ ଚିହ୍ନଟ ହୋଇଛି। ମଧ୍ୟପ୍ରଦେଶରେ ସର୍ବା‌ଧିକ ୨୧, ଉତ୍ତରପ୍ରଦେଶରେ ୧୧, ଗୁଜରାଟ‌ରେ ୯, ରାଜସ୍ଥାନରେ ୫ ଏବଂ ତେ‌ଲେଙ୍ଗାନାରେ ୩ ଟି ଜିଲ୍ଲାରେ ଜାତୀୟ ମୃତ୍ୟୁହାର ଅଧିକ ରହିଛି।

ସମ୍ବନ୍ଧିତ ଖବର