ଏହି ନୂଆ ସିନେମାରେ ନାୟକ ହେବେ ସିଦ୍ଧାର୍ଥ ମାଲହୋତ୍ରା

ମୁମ୍ବାଇ: ୨୦୧୩ର ଏକ ବ୍ଲକ୍‌ବଷ୍ଟର୍‌ ସାଉଥ୍‌ ସିନେମା ହେଲା ‘କ୍ରିକ୍‌ ପାର୍ଟି’ଏହା ଏକ କନ୍ନଡ଼ ଭାଷାର ସିନେମା। ରିଉଷ ସେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍‌ କମେଡ଼ିରେ ରକ୍ଷିତା ସେଟ୍ଟି ଓ ରଶ୍ମିକା ମନ୍ଦନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଏହାର ହିନ୍ଦୀ ରିମେକ୍‌ ହେଉଥିବା ଜଣାଯାଉଛି। ଆଉ ଏକ ବଡ଼ କଥା ହେଲା ଯେ,‘କ୍ରିକ୍‌ପାର୍ଟି’ର ହିନ୍ଦୀ ରିମେକ୍‌ରେ ସିଦ୍ଧାର୍ଥ ମାଲହୋତ୍ରା ନାୟକ ଭୂମିକାରେ ଅଭିନୟ କରିବେ।

ଠିକ୍‌ ସେହିପରି ଆଉ ଏକ ସାଉଥ୍‌ର ସୁପର୍‌ହିଟ୍‌ ଫିଲ୍ମ ହେଲା ବିକ୍ରମ ବେଦା।ଏହାର କାହାଣୀ ପୁଲିସ ଓ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ପ୍ରସ୍ତୁତ।ଏହି ଫିଲ୍ମର ଉଭୟ ଦର୍ଶକ ଓ ମାଧବନ୍‌ ଓ ଭବ ପ୍ରଶଂସା କରିଥିଲେ। ଏଥିରେ ଅଭିନେତା ଆର୍‌ ମାଧବନ୍‌ ଓ ବିଜୟ ସେତୁପତି ଅଭିନୟ କରିଥିଲେ ଲିଡ଼୍‍ ରୋଲ୍‌ରେ।ଏଇ ନିକଟରେ ଆର୍‌.ମାଧବାନ୍‌ ଘୋଷଣା କରିଛନ୍ତି କି ‘ବିକ୍ରମବେଦା’ର ହିନ୍ଦୀ ରିମେକ୍‌ ନିର୍ମିତ ହେଉଛି।

photo–youtube

ବଲିଉଡ଼୍‍ର ନାମୀ-ଦାମୀ ଅଭିନେତା ରଣବୀର ସିଂଙ୍କୁ ଦର୍ଶ ଚଳିତ ବର୍ଷ ଶେଷରେ ‘ଶିମ୍ବା’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରେ ଦେଖିବାକୁ ପାଇବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ ସେଟ୍ଟି। ଏହା ବି  ଏକ ବ୍ଲକ୍‌ବଷ୍ଟର ତେଲୁଗୁ ଫିଲ୍ମ ‘ଟେଂପର୍‌’ର ରିମେକ୍‌।ଆକସନ୍‌ ଓ କମେଡ଼ି ଭରପୂର ମାତ୍ରାରେ ରହିଛି ଏହି ସିନେମାରେ।

ସମ୍ବନ୍ଧିତ ଖବର