ସାଇକାଟ୍ରିଷ୍ଟଙ୍କ ବଡ଼ ଖୁଲାସା : ଅଙ୍କିତାଙ୍କୁ ଝୁରି ହେଉଥିଲେ ସୁଶାନ୍ତ, ଅନ୍ୟ କୌଣସି ବି ପ୍ରେମିକା ତାଙ୍କ ‌ପରି ଭଲ ପାଉ ନଥିଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୬ଦିନ ବିତି ସାରିଥିଲେ ମଧ୍ୟ ଏବେ ବି ଗରମ ରହିଛି ମାହଲ୍‌। କାହିଁକି ନା ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ଆତ୍ମହତ୍ୟାର ତଦନ୍ତ କରି ସୁଶାନ୍ତଙ୍କ ସହ ପରିଚିତ ଜଣକ ପରେ ଜଣଙ୍କୁ ଜେରା କରିଚାଲିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ‌ଯେ ସୁଶାନ୍ତଙ୍କ ମାନସିକ ରୋଗ ଚିକିତ୍ସକ(ସାଇକାଟ୍ରିଷ୍ଟ୍‌)ଙ୍କ କହିବା ମୁତାବକ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ସଂପର୍କ ଛିନ୍ନ କରିଥିବା ହେତୁ ସୁଶାନ୍ତ ଅନେକ ସମୟରେ ପଶ୍ଚାତାପ କରୁଥିଲେ।

ଅଙ୍କିତାଙ୍କ ପରେ ଯିଏ ବି ତାଙ୍କ ଜୀବନରେ ଆସିଛନ୍ତି କେହି ତାଙ୍କୁ ଅଙ୍କିତାଙ୍କ ପରି ଭଲପାଉ ନଥିଲେ ବୋଲି ଚିନ୍ତା କରି ସେ ଅନେକ ସମୟରେ ଦୁଃଖୀ ହୋଇ ପଡୁଥିଲେ ବୋଲି କହନ୍ତି ଡକ୍ଟର କେଶରୀ ଛାବଡ଼ା।

Patrika

ଏପରିକି ତାଙ୍କର ବିଷାଦଗ୍ରସ୍ତତା କାଳରେ ସେ ରାତି ରାତି ଶୋଇ ପାରୁନଥିଲେ। ଅଙ୍କିତାଙ୍କ ପରେ ପରେ ସୁଶାନ୍ତଙ୍କ ଜୀବନରେ ପ୍ରେମିକା ହୋଇ ଆସିଥିଲେ କ୍ରିତି ସାନନ। ମାତ୍ର ତାଙ୍କ ସହ ବି ସୁଶାନ୍ତ ଠିକ୍‌ ଭାବେ ରହିପାରିଲେ ନାହିଁ। ନିକଟରେ ସୁଶାନ୍ତଙ୍କ ପ୍ରେମିକା ଥିବା ରେହା ଚକ୍ରବର୍ତ୍ତୀଙ୍କ ବ୍ୟବହାରରେ ସୁଶାନ୍ତ ଦୁଃଖୀ ରହୁଥିଲେ ବୋଲି ତାଙ୍କ ସାଇକାଟ୍ରିଷ୍ଟ୍ ପୁଲିସ୍‌କୁ ବୟାନ ଦେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଧାରାବାହିକ ‘ପବିତ୍ର ରିସ୍ତା’ରେ ମାନବ ଓ ଅର୍ଚ୍ଚନା ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରାଇଥିଲେ ସୁଶାନ୍ତ ଓ ଅଙ୍କିତା। ସେହି ସମୟରେ ହିଁ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଦୀର୍ଘ ୬ ବର୍ଷ କାଳ ପରସ୍ପରଙ୍କ ସହ ରହିବା ପରେ ଶେଷରେ ୨୦୧୬ ମସିହାରେ ଅଙ୍କିତ‌ାଙ୍କ ସହ ସଂପର୍କ ଛିନ୍ନ କରିଥି‌ଲେ ସୁଶାନ୍ତ।

ସମ୍ବନ୍ଧିତ ଖବର