‘ଗୋଲ୍‌ଡ ଡିଗର୍‌’ ବୋଲି କହୁଥିବା ସମାଲୋଚକଙ୍କୁ ଉଚିତ ଜବାବ ଦେଲେ ସୁସ୍ମିତା ସେନ୍‌

ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ କେତେ ବେଳେ କାହା ସହ ପ୍ରେମ ସଂପର୍କରେ ରହୁଛନ୍ତି ତାହା ଜାଣିବା ଦର୍ଶକଙ୍କ ପାଇଁ କଷ୍ଟକର ହୋଇପଡୁଛି। ମଝିରେ ମଝିରେ ତାଙ୍କ ନା ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀଙ୍କ ସହ ଯୋଡ଼ି ହୋଇଥାଏ। ସୁସ୍ମିତା ଓ ‌ଲଳିତଙ୍କ ସଂପର୍କକୁ ନେଇ ଅଭିନେତ୍ରୀଙ୍କୁ ବହୁ ସମାଲୋଚନା ସହିବାକୁ ପଡ଼ିଥିଲା। ଅଭିନେତ୍ରୀଙ୍କୁ ସମାଲୋଚକ ‘ଗୋଲ୍‌ଡ ଡିଗର୍‌’ ବୋଲି କହୁଥିବା ବେଳେ ଏ ନେଇ ନିଜର ନୀରବତା ଭାଙ୍ଗିଛନ୍ତି ସୁସ୍ମିତା।

ତାଙ୍କ ସମାଲୋଚକମାନଙ୍କୁ ସୁସ୍ମିତା ଉପଯୁକ୍ତ ଜବାବ ଦେଇଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ଆଜିକାଲି ତାଙ୍କ ଆଗାମୀ ୱେବ୍‌ ସୋ’ ‘ତାଲି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ତାଙ୍କର ଏହି ସୋ’ ସଂପର୍କରେ ଅନେକ କଥା ହୋଇଛନ୍ତି। ଏହାସହିତ ସେ ତାଙ୍କୁ ‘ଗୋଲ୍‌ଡ ଡିଗର୍‌’ ବୋଲି କହୁଥିବା ଲୋକଙ୍କୁ ବି ମୁହଁତୋଡ଼ ଜବାବ ଦେଇଛନ୍ତି।

ସେ କହିଛନ୍ତି, ‘ଭଲ ହେଲା ଏପରି ସବୁ କମେଣ୍ଟ୍‌ ଆସିଲା। ଯାହାଫଳରେ ମୁଁ ‘ଗୋଲ୍‌ଡ ଡିଗର୍‌’ ଶବ୍ଦର ଅର୍ଥ ବୁଝିପାରିଲି। ଅପମାନ ସେବେ ହୁଏ‌ ଯେବେ ଆପଣ ତାହାକୁ ସ୍ବୀକାର କରନ୍ତି, ମୁଁ କରିନାହିଁ। ମାତ୍ର ଏପରି କିଛି ଜିନିଷ ଥାଏ ଯେଉଁଥିରେ କାହାର ବି କିଛି ସଂପର୍କ ନଥାଏ। ମୋ‌ତେ ଏହା କହିବାର ଆବଶ୍ୟକତା ନାହିଁ ଯେ ଏଥିରେ ଅନ୍ୟ କାହାର କୌଣସି ସଂପର୍କ ନାହିଁ। ବାକି ମୁଁ ସମସ୍ତଙ୍କୁ କହୁଛି ମୁଁ ସିଙ୍ଗଲ୍‌ ଓ ଏଥିରେ ଆପଣର କୌଣସି ସଂପର୍କ ନାହିଁ।’

ସମ୍ବନ୍ଧିତ ଖବର