ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏ ଦୁଇ ନାୟକଙ୍କ ସହ ଦେଖି ଲୋକେ କହିଥିଲେ ‘ଅମେଳ ଯୋଡ଼ି’

ମୁମ୍ବାଇ: ହିନ୍ଦୀ ସିନେମାରେ କେତେକ ମେଳ ଖାଉନଥିବା ଯୋଡ଼ିଙ୍କୁ ଦର୍ଶକ ଦେଖିବାକୁ ପାଇଛନ୍ତି। ଏମାନଙ୍କ ଭିତରୁ କେତେକଙ୍କୁ ପସନ୍ଦ କରିଥାନ୍ତି, ତ ଆଉ କେତେକ ଯୋଡ଼ି ଅଜବ ବି ଲାଗନ୍ତି। ଏଭଳି ଅମେଳ ଯୋଡ଼ିଙ୍କ ଭିତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବି ସାମିଲ କରାଯିବ।କାରଣ ସେ ଏମିତି କଳାକାରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଯାହାକୁ ଲୋକେ ଅମେଳ ଯୋଡ଼ି ବୋଲି କହିଥିଲେ । ଆସନ୍ତୁ ଜାଣିବା ସେ ସଂପର୍କରେ…

photo-amarujala

ଐଶ୍ୱର୍ଯ୍ୟା ରୟ ବଚ୍ଚନ-ରଣବୀର କପୁର: ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ହିଟ୍‌ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ରେ ରଣବୀର କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ହଟ୍‌ ସିନ୍‌ ଥିଲା। ଐଶ୍ୱର୍ଯ୍ୟା ରଣବୀରଙ୍କ ଠାରୁ ବୟସରେ ବଡ଼ ଓ କାହାଣୀ ଅନୁଯାୟୀ ବି ଠିକ୍‌ ସେଇୟା ଥିଲା। ଏଣୁ ନିର୍ଦ୍ଦେଶକ ଏହି ଅମେଳ ଯୋଡ଼ିକୁ ନେଇଥିଲେ ଫିଲ୍ମରେ।ଅବଶ୍ୟ ଏହି ଯୋଡ଼ି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲେ।

photo–bollywood times

ଐଶ୍ୱର୍ଯ୍ୟା ରାୟ ବଚ୍ଚନ-ରାଜ କୁମାର ରାଓ: ଗତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା‘ଫନ୍ନେ ଖାନ୍‌’ରେ ଐଶ୍ୱର୍ଯ୍ୟାଙ୍କ ବିପକ୍ଷରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ରାଜ କୁମାରଙ୍କୁ ଦେଖିବାକୁ ମିଳିଥିଲା। ଏହି ଅମେଳ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରି ନଥିଲେ।

 

ସମ୍ବନ୍ଧିତ ଖବର