ଅଦାଲତରେ ଉତ୍ତର ପ୍ରଦେଶ କନେଷ୍ଟବଳଙ୍କ ୟୁନିଫର୍ମ ଓହ୍ଲାଇ ବଦଳି ହେଲେ ବିଚାରପତି

ଆଗ୍ରା: ଶୁକ୍ରବାର ଦିନ ଆଗ୍ରାର ଏକ ଅଦାଲତର ବିଚାରପତିଙ୍କ କାର୍‌କୁ ବାଟ ଛାଡ଼ି ନ ଥିବା ରାଜ୍ୟ ପୁଲିସର ଜଣେ କନେଷ୍ଟବଳଙ୍କୁ ମୁକ୍ତ ଅଦାଲତରେ ୟୁନିଫର୍ମ ଓହ୍ଲାଇ ଦେଇଥିବା ସମ୍ପୃକ୍ତ ବିଚାରପତିଙ୍କୁ ଶନିବାର ଦିନ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍‌ ବଦଳି କରିଛନ୍ତି।
ଏ ଘଟଣା ସଂକ୍ରାନ୍ତରେ ଆଗ୍ରା ଏସ୍‌ଏସ୍‌ପି ରାଜ୍ୟ ଡିଜିପି ଏବଂ ଆହ୍ଲାବାଦ ହାଇକୋର୍ଟର ବରିଷ୍ଠ ଅଧିକାରୀମାନଙ୍କୁ ରିପୋର୍ଟ ଦେବା ପରେ ସେ ବିଚାରପତିଙ୍କ ବଦଳି ଆଦେଶ ହୋଇଥିଲା।

ବାରମ୍ବାର ହର୍ଣ୍ଣ ବଜାଇ ସୁଦ୍ଧା ତାଙ୍କ କାର୍‌କୁ ବାଟ ଛାଡ଼ି ନ ଥିବାରୁ ବିରକ୍ତ ହୋଇ ସେ ବିଚାରପତି ଉତ୍ତର ପ୍ରଦେଶ ପୁଲିସର ଡ୍ରାଇଭର୍‌ ୫୮ ବର୍ଷିୟ ଘୁରେଲାଲ୍‌ଙ୍କୁ ଅଦାଲତକୁ ଡକାଇ ଗାଳି ଦେଇଥିଲେ। ଦଣ୍ଡସ୍ୱରୂପ ତାଙ୍କୁ ୟୁନିଫର୍ମ ଓହ୍ଲାଇବାକୁ କହିଥିଲେ।

Image Source: New Indain Express

ଥରକୁ ଥର କ୍ଷମାଯାଚନା କରିବା ପରେ ହିଁ ଯାଇ ଘୁରେଲାଲ୍‌ଙ୍କୁ ୟୁନିଫର୍ମ ପିନ୍ଧିବାକୁ ଅନୁମତି ଦିଆଯାଇଥିଲା।

ଆଗ୍ରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବାବ୍‌ଲୁ କୁମାର ଶୁକ୍ରବାର ଏ ମାମଲା ହାତକୁ ନେଇ ଗ୍ରାମାଞ୍ଚଳ ଏସ୍‌ପି ରବି କୁମାରଙ୍କୁ ରିପୋର୍ଟ ଫାଇଲ୍‌ କରିବାକୁ କହିଥିଲେ।

ରବି କୁମାର ଅଦାଲତକୁ ଯାଇ ଏସ୍‌ଏସ୍‌ପିଙ୍କୁ ରିପୋର୍ଟ ଦେଇଥିଲେ। ସେ ଏହାକୁ ଆଗ୍ରା ଜିଲ୍ଲା ଜଜ୍‌, ଆହ୍ଲାବାଦସ୍ଥିତ ହାଇକୋର୍ଟ ଅଫ୍‌ ଜିଡିକେଚର୍‌ ଏବଂ ସେ ଅଞ୍ଚଳର ପ୍ରଶାସନିକ ଜଜ୍‌ଙ୍କ ନିକଟକୁ ପଠାଇଥିଲେ।

ଚାକିରି ଜୀବନରେ ଉତ୍ତମ ରେକର୍ଡର ଅଧିକାରୀ କନେଷ୍ଟବଳ ଘୁରେଲାଲ୍‌ ଏହି ଘଟଣାରେ ଅତି ବିଚଳିତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର