ମାନେକ୍‌ଶଙ୍କ ଭୂମିକାରେ ଅଭିନୟ କରିବେ ଭିକି କୌଶଲ୍

ଭାରତର ପ୍ରଥମ ଫିଲ୍ଡ୍ ମାର୍ସଲ ସାମ୍ ମାନେକ୍‌ଶ’ଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରରେ ଅଭିନେତା ଭିକି କୌଶଲ ଅଭିନୟ କରିବେ। ଦୀର୍ଘ ଚାରି ଦଶନ୍ଧି ସୈନିକ ଭାବରେ ପାଞ୍ଚଟି ଯୁଦ୍ଧରେ ସାମିଲ ହୋଇଥିବା ମାନେକ୍‌ଶ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ‌ରେ ସେନାମୁଖ୍ୟ ଭାବେ ରଣଭୂମିରେ ଅବତୀର୍ଣ୍ଣ ହୋଇଥିଲେ। ଯୁଦ୍ଧଭୂମିରେ ମାନେକ୍‌ଶଙ୍କ ଦ୍ବାରା ପ୍ରଦର୍ଶିତ ରଣକୌଶଳ ଓ ତାଙ୍କ ଜୀବନୀକୁ ନେଇ ତିଆରି ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାଁ ‘ସାମ୍ ବାହାଦୂର୍’ ରଖାଯାଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରର ଟାଇଟଲ୍ ମାନେକା, ମାକିଣ୍ଟୋସ୍, ମାନେକଜୀ ରଖାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ୨୦୧୯ରେ ସାମ୍‌ଙ୍କ ଜନ୍ମ ତାରିଖରେ ତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ତିଆରି ହେବ ବୋଲି ଘୋଷଣା ହୋଇଥିଲା। ଆଜି ଚଳଚ୍ଚିତ୍ର ନିର୍ମାତା ମେଘନା ଗୁଲଜାର ସାମାଜିକ ଗଣମାଧ୍ୟମରେ ଏହାର ଏକ ପୋଷ୍ଟ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର