ବିଲକିସ ବାନୋ ମାମଲା: ସ୍ବାଧୀନତା ଦିବସରେ ୧୧ ଆଜୀବନ ବନ୍ଦୀଙ୍କୁ ମୁକ୍ତ କରାଗଲା

ଅହମଦାବାଦ: ୨୦୦୨ ଗୋଧ୍ରା ପରବର୍ତ୍ତୀ ହିଂସା ଘଟଣାରେ ବିଲକିସ ବାନୋଙ୍କ ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ପାଇଥିବା ସମସ୍ତ ୧୧ ଜଣ ବନ୍ଦୀଙ୍କୁ ଗୁଜରାଟ ସରକାରଙ୍କ ଛାଡ଼ ନୀତି (ରେମିସନ ପଲିସି) ଅନୁଯାୟୀ ସୋମବାର ୭୬ତମ ସ୍ବାଧୀନତା ଦିବସରେ ଖଲାସ କରାଯାଇଛି।

ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ୧୧ ଅଭିଯୁକ୍ତଙ୍କୁ ୨୦୦୮ ଜାନୁଆରି ୨୧ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ। ପରେ ବମ୍ବେ ହାଇକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ଦୋଷୀମାନେ ୧୫ ବର୍ଷରୁ ଅଧିକ ଜେଲଦଣ୍ଡ ଭୋଗିସାରିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଛାଡ଼ କରିବା ପାଇଁ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବା ପାଇଁ ଗୁଜରାଟ ସରକାରଙ୍କୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ପାଞ୍ଚମହଲ ଜିଲ୍ଲାପାଳ ସୁଜଲ ମୟତ୍ରଙ୍କ ନେତୃତ୍ବରେ ଏକ କମିଟି ବସାଇଥିଲେ। କମିଟି ଛାଡ଼ ସପକ୍ଷରେ ମତ ଦେବା ପରେ ସ୍ବାଧୀନତା ଦିବସରେ ଉକ୍ତ ୧୧ ଜଣ କଏଦୀଙ୍କୁ ସ୍ବାଧୀନତା ମିଳିଛି।

ସମ୍ବନ୍ଧିତ ଖବର