ଦିନକରେ ୬୨ ଜଣ ଭାରତୀୟଙ୍କର କରୋନାରେ ମୃତ୍ୟୁ ,୯୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଏପ୍ରିଲ୍ ୨୮ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୨୯୪୩୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୮୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୯୩୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୬୨ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୭ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୧୦ ଜଣ, ମହାରାଷ୍ଟ୍ରରେ ୩୬୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୮ ଜଣ, ରାଜସ୍ଥାନରେ ୪୬ ଜଣ, ତାମିଲନାଡୁରେ ୨୪ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୩୧ ଜଣ ଏବଂ ପଶ୍ଚିମବଙ୍ଗରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୧୮୩ ), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୩୪୫ ), ଚଣ୍ଡିଗଡ଼ (୪୦), ଛତିଶଗଡ଼ (୩୭), ଦିଲ୍ଲୀ (୩୧୦୮), ଗୋଆ (୭), ଗୁଜରାଟ (୩୫୪୮), ହରିୟାଣା (୨୯୬), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୪୬), ଝାଡ଼ଖଣ୍ଡ (୮୨) କର୍ଣ୍ଣାଟକ (୫୧୨), କେରଳ (୪୮୧), ଲଦାଖ (୨୦), ମଧ୍ୟପ୍ରଦେଶ (୨୧୬୮), ମହାରାଷ୍ଟ୍ର (୮୫୯୦), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୧୮), ପୁଦ୍ଦୁଚେରୀ (୮), ପଞ୍ଜାବ (୩୧୩), ରାଜସ୍ଥାନ (୨୧୬୨ ), ତାମିଲନାଡୁ (୧୯୩୭), ତେଲେଙ୍ଗାନା (୧୦୦୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୧ ), ଉତ୍ତରପ୍ରଦେଶ (୧୯୫୫) ଓ ପଶ୍ଚିମବଙ୍ଗ (୬୯୭) ରହିଛନ୍ତି |

ସମ୍ବନ୍ଧିତ ଖବର