ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ବିରୋଧରେ ତାଙ୍କ ପୂର୍ବତନ ବାନ୍ଧବୀ ତଥା କାନାଡାର ଗାୟିକା ଗ୍ରାଇମ୍‌ସ ‌ମାମଲା ରୁଜୁ କରିଛନ୍ତି। ମସ୍କ ଓ ଗ୍ରାଇମ୍‌ଙ୍କ ସମ୍ପର୍କରୁ ତିନି ସନ୍ତାନ ଜନ୍ମ ହୋଇଛନ୍ତି। ସେମାନଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି ଗ୍ରାଇମ୍‌ ଏହି କେସ୍ କରିଛନ୍ତି।

Advertisment

ମସ୍କ ଓ ଗ୍ରାଇମ୍‌ଙ୍କଠାରୁ ଜନ୍ମ ହୋଇଥିବା ପ୍ରଥମ ସନ୍ତାନ ନାମ ଏକ୍ସ ରଖାଯାଇଥିବା ବେଳେ ଝିଅ ନାମ ଏକ୍ସା ଡାର୍କ ସାଇଡ୍‌ରାଏଲ୍‌ ମସ୍କ ରଖାଯାଇଛି। ତୃତୀୟ ସନ୍ତାନର ନାମ ଟେ‌କ୍ନୋ ମେକାନିକସ୍ ରଖାଯାଇଛି। ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋର ଏକ ଅଦାଲତରେ ଗ୍ରାଇମ୍‌ ଅଭିଯୋଗ କରୁଛନ୍ତି ଯେ ପିଲାମାନଙ୍କ ପାଖକୁ ଯିବା ଲାଗି ମସ୍କ ଅନୁମତି ଦେଉନାହାନ୍ତି।

୨୦୧୮ରେ ମସ୍କ ଓ ଗ୍ରାଇମ୍‌ ପରସ୍ପରକୁ ଡେଟ୍‌ କରିଥିଲେ ଓ ୨୦୨୧ ସେପ୍ଟେମ୍ବରରେ ସେମାନେ ଅଲଗା ହୋଇଯାଇଥିଲେ। ଗତ ମାସରେ ଜଣାପଡ଼ିଥିଲା ଯେ ମସ୍କଙ୍କ ତୃତୀୟ ସନ୍ତାନକୁ ମଧ୍ୟ ଗ୍ରାଇମ୍ ଜନ୍ମ ଦେଇଛନ୍ତି। ମୋଟ ଉପରେ ମସ୍କଙ୍କ ୧୦ ସନ୍ତାନ ରହିଛନ୍ତି। ସେ ତିନି ଜଣ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ଜଷ୍ଟିନ୍‌ ୱିଲ୍‌ସନ୍‌ ନାମକ ମହିଳାଙ୍କଠାରୁ ମସ୍କଙ୍କ ପାଞ୍ଚ ସନ୍ତାନ ରହିଛନ୍ତି। ତାଙ୍କ କଂପାନି ନ୍ୟୁରାଲିଙ୍କ୍‌ର ନିଦର୍ଦ୍ଦିଶିକା ସିଭନ୍ ଜିଲିସ୍‌ଙ୍କଠାରୁ ତାଙ୍କର ଦୁଇ ସନ୍ତାନ ଅଛନ୍ତି।