ରାଜସ୍ଥାନ ବିଦ୍ୟାଳୟ ପାଠ୍ୟକ୍ରମରେ ଅଭିନନ୍ଦନ

ଜୟପୁର: ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ନେଇ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଉଥିବା ବେଳେ ରାଜସ୍ଥାନର କଂଗ୍ରେସ ସରକାର ଏହି ଆକ୍ରମଣରେ ଅଂଶଗ୍ରହଣ କରି ପାକିସ୍ତାନ ବାୟୁସେନାର ଏଫ୍‌-୧୬ ବିମାନକୁ ଧ୍ବଂସ କରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଥମାନ୍‌ଙ୍କୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିଛନ୍ତି। ‘ରାଷ୍ଟ୍ରୀୟ ସୁରକ୍ଷା ଏବଂ ସୌର୍ଯ୍ୟ ପରମ୍ପରା’ ନାମକ ଅଧ୍ୟାୟକୁ ରାଜସ୍ଥାନ ବୋର୍ଡ ନିଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛି। ଏହି ଆକ୍ରମଣ ବେଳେ କେଉଁ ସରକାର ଥିଲେ ଏବଂ କେତେଜଣ ନିହତ ହୋଇଛନ୍ତି ସେ ବିଷୟ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ଶିବିର ଧ୍ବଂସ କରାଯାଇଥିବା ବିଷୟ ରହିଛି।

ସମ୍ବନ୍ଧିତ ଖବର