କେନ୍ଦ୍ର ପରେ ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ଏହି ରାଜ୍ୟ ସରକାର

‌ବେଙ୍ଗାଲୁରୁ: ହୋଲି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଡିଏ/ଡିଆର ରେ ବୃଦ୍ଧି ଘୋଷଣା କରି କେନ୍ଦ୍ର ସରକାର ସମସ୍ତଙ୍କୁ ଖୁସି କରିଥିଲେ। ଏହି ନିଷ୍ପତ୍ତି ନିଆଯିବା ପରଠାରୁ କେତେକ ରାଜ୍ୟର ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ କର୍ଣ୍ଣାଟକ ସରକାର ମଧ୍ୟ ଡିଏ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି।
ଏହା ଦ୍ବାରା ସରକାରଙ୍କ ଉପରେ କୋଟି କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବ‌ୋଲି କୁହାଯାଉଛି। ରାଜ୍ୟ ସରକାର ଏବେ କର୍ମଚାରୀଙ୍କ ଡିଏ ୪୬% ରୁ ୫୦% ବୃଦ୍ଧି କରି ପ୍ରଦାନ କରିବେ। ଏହା ଦ୍ବାରା ରାଜ୍ୟ ସରକାରଙ୍କ ଉପରେ ୧୭୯୨.୭୧ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ୪% ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଦ୍ବାରା କର୍ମଚାରୀଙ୍କୁ ୪୨.୫%ର ଡିଏ ମିଳିବ।

ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶ ସରକାର ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇ ୫୦% କରିଥିଲେ। କର୍ଣ୍ଣାଟକ  ମୁଖ୍ୟମନ୍ତ୍ରୀ ସିଦ୍ଦାରାମୟା ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି।
ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଦ୍ବାରା କେନ୍ଦ୍ର ପରି ରାଜ୍ୟ ସରକାରୀ କର୍ମଚାରୀମାନେ ମାର୍ଚ୍ଚ ଦରମା ସହିତ ଦୁଇ ମାସର ବକେୟା ପାଇବେ। ଏହାପୂର୍ବରୁ କେନ୍ଦ୍ର ସରକାର ଭଳି ଉତ୍ତରପ୍ରଦେଶର ଯୋଗୀ ସରକାର ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର