ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ଅନ୍ୟତ୍ର କରିବାକୁ ନେଇ ରାଇକିଆବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ

ଘୁ.ଉଦୟଗିରି: ରାଜ୍ୟ ସରକାର ରାଇକିଆଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିବା ପରେ ରାଇକିଆ ରାଜସ୍ୱ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ରାଇକିଆ ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ନୂତନ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପରେ ରାଇକିଆବାସୀ ଏହି ବିଷୟରେ ଜାଣି ପାରି ଏହାକୁ ବିରୋଧ କରିବା ସହ ଅନ୍ୟତ୍ର ଏକ ଜମି ଚିହ୍ନଟ କରି ସେଇ ସ୍ଥାନରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା ନିମନ୍ତେ ଲିଖିତ ଭାବେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ,ପରିବହନ ମନ୍ତ୍ରୀ,ଜିଲ୍ଲାପାଳଙ୍କୁ ଜଣେଇବା ପରେ ମଧ୍ୟ ଆଜି ରାଜସ୍ୱ ବିଭାଗ ପକ୍ଷରୁ ରାଇକିଆ ତହସିଲଦାର ସୁଭଦ୍ରା ମୁଣ୍ଡିକାଙ୍କ ନେତୃତ୍ୱରେ ବସଷ୍ଟାଣ୍ଡରେ ପହଂଚି ବସଷ୍ଟାଣ୍ଡ ପରିସରରେ ଦୋକାନ କରିଥିବା ଦୋକାନୀଙ୍କ ଜମି ମାପଚୁପ କରିବା ସହ ଆସନ୍ତାକାଲି ସୁଦ୍ଧା ଘର ଖାଲି କରିବାକୁ କହିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଅସନ୍ତୋଷ ଆରମ୍ଭ ହୋଇଯାଇଥିଲା |

ସମସ୍ତ ବ୍ୟବସାୟୀ ଏବଂ ରାଇକିଆବାସୀ ଏକତ୍ରିତ ହୋଇ ଏହି ବସଷ୍ଟାଣ୍ଡ ନିର୍ମାଣ ଯୋଜନାକୁ ବିରୋଧ କରିବା ସହ ରାଜରାସ୍ତା ଅବରୋଧ କରି ରାସ୍ତାଉପରେ ବସିରହିବା ଫଳରେ ରାସ୍ତାରେ ଗାଡିମଟର ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଖବର ପାଇ ଘୁ.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିବା ସହ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବସଷ୍ଟାଣ୍ଡର କୌଣସି ଦୋକାନୀଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ଏହାସହ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ଅନ୍ୟ ଏକ ଜମିରେ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସହ ରାଇକିଆ ତହସିଲଦାର ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ନିଜ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।

ସମ୍ବନ୍ଧିତ ଖବର